ଟେକ୍ନୋ ଆଣିଲା ସ୍ମାର୍ଟଫୋନରେ ବିପ୍ଳବ

ଟେକ୍ନୋ କାମନ ଟ୍ରାନସିସନ ଇଣ୍ଡିଆ ର ପ୍ରିମିୟମ ସ୍ମାର୍ଟଫୋନ ବ୍ରାଣ୍ଡ ଟେକ୍ନୋ ପକ୍ଷରୁ ଯୁବବର୍ଗକୁ ସୁଲଭ ମୁଲ୍ୟରେ ଅଧିକ ଅନୁଭବ ପ୍ରଦାନ କରିବା ପାଇଁ ମାତ୍ର ୯୯୯୯ ଟଙ୍କାରେ କ୍ରାନ୍ତିକାରୀ ଡଟଇନ ଡିସପ୍ଲେ୍ଲ ସେଲ୍ଫି କ୍ୟାମେରା ବଜାରରେ ଉପଲବ୍ଧ କରାଯାଇଛି । ଗତମାସ ବ୍ରାଣ୍ଡ ପକ୍ଷରୁ ଏହାର ସର୍ବାଧିକ ବିକ୍ରି ହେଉଥିବା ‘ସ୍ପାର୍କ’ ସିରିଜ ଏଂଟ୍ରି ଲେବଲ ବିଭାଗରେ ୩ଟି ଫୋନ ଯଥା ଟେକ୍ନୋ ସ୍ପାର୍କ ଗୋ, ଟେକ୍ନୋ ସ୍ପାର୍କ ୪ ଏବଂ ଟେକ୍ନୋ ସ୍ପାର୍କ ୪ ଏୟାର ପ୍ରବେଶ କରାଯାଇଥିଲା । ଏହି ସବୁ ସ୍ମାର୍ଟଫୋନ ୫୦୦୦ ଟଙ୍କାରୁ ୯୦୦୦ଟଙ୍କା ମଧ୍ୟରେ ହୋଇଥିବା ବେଳେ ଗ୍ରାହକ ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇ ଏହାର ଚାହିଦାରେ ଦୃତ ଅଭିବୃଦ୍ଧି ଘଟିଛି । ଏହି ବର୍ଗର ପ୍ରଥମ ମୋବାଇଲ ଫୋନ ଭାବରେ ଟେକ୍ନୋ କାମନ ୧୨ ଏୟାରରେ ୬.୫୫ ଇଂଚ ଡଟଇନ ଡିସପ୍ଲେ୍ଲ , ଏଆଇ ସଂଚାଳିତ ୧୬ ଏମପି+୨ଏମପି+୫ଏମପି ଟ୍ରିପଲ ରିୟର କ୍ୟାମେରା କ୍ୱାଡ ଫ୍ଲାସ ସହ ଅକ୍ଟୋ-କୋର ପ୍ରୋସେସର, ୪ଜିବି ରାମ, ୬୪ଜିବି ରମ୍ ଏବଂ ଆଣ୍ଡ୍ରଏଡ ୯ ଉପଲବ୍ଧ ରହିଛି ।
ଟ୍ରାନସିସନ ଇଣ୍ଡିଆ ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅରିଜିତ ତଳପତ୍ର କହିଛନ୍ତି, “ପ୍ରତ୍ୟେକ ଇଂଚ ପରେ ଆମେ ବଜେଟ ମୋବାଇଲ ବର୍ଗରେ ସକରାତ୍ମକ ରୁପରେ ବଜାରରେ ଭାଗନେଉଛୁ । ବଜାରରର ଗତିବିଧି ଲକ୍ଷ ରଖି ଓ ଯୁବ ବର୍ଗର ମୋବାଇଲ କିଣିବା ବେଳେ ଆବଶ୍ୟକତା ଓ ଚହିଦାକୁ ଅନୁଧ୍ୟାନ କରି ଆମେ ସୁଲଭ ମୁଲ୍ୟରେ ସର୍ବଶ୍ରେଷ୍ଠ ଫୋନ ଭାରତୀୟ ବଜାରକୁ ଆଣିଥାଉ । ଟେକ୍ନୋ କାମନ ୧୨ ଏୟାର ବର୍ତମାନର ସବୁଠାରୁ ସୁଲଭ ମୁଲ୍ୟରେ ଉପଲବ୍ଧ ଡଟଇନ ଡିସପ୍ଲେ୍ଲ ଫୋନ । ଏହି ପାର୍ବଣ ଋତୁରେ ଗ୍ରାହକ ମାନଙ୍କ ଦ୍ୱାରା ଏହା ଆଦୃତ ହୋଇ ବ୍ରାଣ୍ଡର ସ୍ଥିତିକୁ ଭାରତରେ ୧୦୦୦୦ ଟଙ୍କା ମଧ୍ୟରେ ସର୍ବଶ୍ରେଷ୍ଠ ୫ମ ସ୍ମାର୍ଟଫୋନ ବ୍ରାଣ୍ଡ ବନାଇବ ବୋଲି ଆଶା ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ