ଟେକ୍ନୋ ପକ୍ଷରୁ କ୍ୟାମନ୍-ଆଇ-୪ ସ୍ମାର୍ଟଫୋନର ବଜାର ପ୍ରବେଶ
ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍ ଇଣ୍ଡିଆର କ୍ୟାମନ୍-ଆଇ ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ କ୍ୟାମନ୍-ଆଇ-୪ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ମୂଲ୍ୟ ୮୯୯୯ଟଙ୍କା ରହିଛି । ଏଥିରେ ୩ଟି ଏଆଇ ପାୱାର ପଛ କ୍ୟାମେରା, ଦୀର୍ଘ ବ୍ୟାଟେରୀ ଲାଇଫ୍, ୬.୨ ଇଂଚ ଏଚଡି ପ୍ଲସ୍ ଡଟ୍ ନଟ୍ ସ୍କ୍ରିନ୍, ରକେଟ ଚାର୍ଜ ଫିଚର, ଲାଟେଷ୍ଟ ଆଣ୍ଡ୍ରଏଡ୍ ପାଇ ଆଦି ବୈଶିଷ୍ଟ୍ୟ ରହିଛି । ଯେ କୌଣସି ଆଲୋକରେ ଏଥିରେ ଫଟୋ ଉଠାଯାଇପାରିବ । ଏଥିରେ ଥିବା ପଛ କ୍ୟାମେରା ଗୁଡ଼ିକ ଯଥାକ୍ରମେ ୧୩ ଏମ୍ପି , ୮ଏମ୍ପି ଏବଂ ୨ ଏମ୍ପି ବିଶିଷ୍ଟ । ସେହିପରି ଏଥିରେ ୧୬ଏମ୍ପି ସେଲଫି କ୍ୟାମେରା ରହିଛି । ଏଥିରେ ସ୍ମାଟର ହିଓସ୍ ୪.୬ ସଫ୍ଟୱେର ରହିଛି । ଏହାର ରକେଟ ଚାର୍ଜ ଫିଚର ଦ୍ୱାରା ମାତ୍ର ୧୦ ମିନିଟ୍ ଚାର୍ଜରେ ୨ ଘଂଟାର କଲ୍ କରିହେବ । ଏଥିରେ ୨,୫ ଡି ଗ୍ଲାସ. ୩୫୦୦ଏମ୍ଏଏଚ୍ ବ୍ୟାଟେରୀ, ୮୮.୬ ବଡି ଟୁ ସ୍କ୍ରିନ୍ ଅନୁପାତ, ୧୯:୫:୯ ଆସପେକ୍ଟ ଅନୁପାତ ଆଦି ବୈଶିଷ୍ଟ୍ୟ ରହିଛି । ଏହା ମିଡ୍ ନାଇଟ୍ ବ୍ଲାକ୍, ଆକ୍ୱା ବ୍ଲୁ, ନେବୁଲା ବ୍ଲାକ୍ ଏବଂ କ୍ୟାମ୍ପେନ୍ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି । ଏହା ଯଥାକ୍ରମେ ୨ଜିବି ଏବଂ ୩୨ ଜିବି, ୩ଜିବି ଏବଂ ୩୨ଜିବି ତଥା ୪ଜିବି ଏବଂ ୬୪ଜିବି ଆଦି ୩ଟି ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ଯଥାକ୍ରମେ ୮୯୯୯ ଟଙ୍କା, ୧୦୫୯୯ ଟଙ୍କା ଏବଂ ୧୧୯୯୯ ଟଙ୍କା ରହିଛି । ଏହା ଦେଶର ୩୦,୦୦୦ ରିଟେଲ ଆଉଟ୍ଲେଟ୍ରେ ଉପଲବ୍ଧ ହେଉଛି । ଟେକ୍ନୋ ପକ୍ଷରୁ ଏହାର ସମସ୍ତ ସ୍ମାର୍ଟଫୋନ୍ ଉପରେ ପ୍ରାରମ୍ଭିକ ଅଫର ‘୧୧୧’ ଉପଲବ୍ଧ ହୋଇଥାଏ । ଏହା ଅନ୍ତର୍ଗତ ୧୦୦ଦିନ ମଧ୍ୟରେ ରିପ୍ଲେସ୍ ଟ୍ୱାରେଂଟି ତଥା ଗୋଟିଏ ଥର୍ ସ୍କ୍ରିନ୍ ରିପ୍ଲେସମେଂଟ୍ ସୁବିଧା ତଥା ଏକ ମାସର ବର୍ଦ୍ଧିତ ୱାରେଂଟି ପ୍ରଦାନ କରାଯାଇଥାଏ । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ୨୦୦୬ରେ ସ୍ଥାପିତ ହୋଇଥିଲା । ଏହାର ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୫୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ୨୦୧୭ରେ ଟେକ୍ନୋ ୪୩ ନିୟୁତ ୟୁନିଟ୍ରୁ ଅଧିକ ଫୋନ୍ ବିକ୍ରି କରିଥିବାବେଳେ ଏହା ମାଂଚେଷ୍ଟର ସିଟି ଫୁଟବଲ୍ କ୍ଲବ୍ର ଅଫିସିଆଲ ଟ୍ୟାବଲେଟ୍ ଏବଂ ହ୍ୟାଣ୍ଡ୍ସେଟ୍ ପାର୍ଟନର ଭାବେ କାର୍ଯ୍ୟ କରୁଛି ।