ଟେକ୍ନୋ ପକ୍ଷରୁ ‘ଶାଇନ୍ ଇନ୍ ଏନି ଲାଇଟ୍’ କ୍ୟାମ୍ପେନ୍
(ଯୁଗାବ୍ଦ ନ୍ୟୁଜ) ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଏହାର ଶାଇନ୍ ଇନ୍ ଏନି ଲାଇଟ୍ ବ୍ରାଣ୍ଡ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି । ଏହା ମେ ୨୫ଠାରୁ ଦେଶବ୍ୟାପି ଆରମ୍ଭ ହୋଇଛି । ଏହି ଟିଭି ବିଜ୍ଞାପନରେ ଭିକି ରାୟ, ତୋଶାଦା ଉମା ଏବଂ ଚାନ୍ଦିନୀ ଶ୍ରୀବାସ୍ତବ ୩ଟି ଫିଲ୍ମରେ ଅଭିନୟ କରିଛନ୍ତି । ଭିକି ଷ୍ଟ୍ରିଟ୍ ଫଟୋ ଗ୍ରାଫର ହୋଇଥିବାବେଳେ ତୋଶାଦା ଫେଶନ ମଡେଲ ତଥା ଚାନନ୍ଦୀ ଷ୍ଟ୍ରିଟ୍ ଡ୍ୟାନ୍ସରରୁ କୋରିଓଗ୍ରାଫର ହୋଇପାରିଛନ୍ତି । ଏହା ସୋସିଆଲ୍ ତଥା ଡିଜିଟାଲ ମିଡିଆରୋ ମେ ୧୯ଠାରୁ ପ୍ରସାରିତ ହେଉଛି ।ସମ୍ପ୍ରତି କମ୍ପାନୀ କ୍ୟାମନ୍-ଆଇ ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ ଅନ୍ୟ ଏକ ନୂତନ ଉତ୍ପାଦ କ୍ୟାମନ୍-ଆଇ-୪ର ବଜାର ପ୍ରବେଶ କରିଛି ।ଟିଭି ବିଜ୍ଞାପନରେ ୩ଟି ଡକେୁ୍ୟମେଂଟାରୀକୁ ସାମିଲ୍ କରାଯାଇଛି । ପ୍ରଥମରେ ଭିକି ରାୟ କିଭଳି ଷ୍ଟ୍ରିଟ୍ ଫଟୋଗ୍ରା‘ର ହୋଇଛନ୍ତି ତାହା ଦର୍ଶାଯାଇଛି । ସେହିପରି ଦ୍ୱିତୀୟରେ ଚାନ୍ଦିନୀ ଶ୍ରୀବାସ୍ତବ ନାମକ ଜଣେ ଷ୍ଟ୍ରିଟ୍ ଡ୍ୟାନ୍ସର କିଭଳି କୋରିଓ ଗ୍ରାଫର ହୋଇଛନ୍ତି ତାହା ଦର୍ଶାଯାଇଛି । ଅପରପକ୍ଷରେ ତୋଶାଦା ଉମା କିଭଳି ସଫଳତା ହାସଲ କରିଛନ୍ତି ତାହା ଦୃଶ୍ୟାଙ୍କନ କରାଯାଇଛି । ଏହା କଳରୀ, ସୋନୀ ସବ୍, ଆଣ୍ଡ୍ ଟିଭି, ସୋନୀ ମ୍ୟାକ୍ସ୍, ଏବିପି ବାଂଲା, ଷ୍ଟାର ଜଲସା ଆଦି ଚ୍ୟାନେଲ୍ରେ ପ୍ରସାରିତ ହେଉଛି ।୨ ମିନିଟ୍ର ,ହି ଡକେୁ୍ୟମେଂଟାରୀରେ କଳାକାରମାନେ ନିଆରା ଅଭିନୟ ପ୍ରତିଭାର ପରିଚୟ ଦେଇଛନ୍ତି ।ସେହିପରି ସୋସିଆଲ୍ ମିଡ଼ିଆରେ କ୍ୟାମନ୍ ଆଇ-୪ର ପ୍ରସାରଣ କରାଯାଉଛି । ଏଲହା ଦେଶର ୧୦୦ରୁ ଅଧିକ ସହରରେ ପ୍ରଦର୍ଶିତ ହେଉଛି । ଏହା ୩ଟି ଭ୍ୟାରିଆଂଟ୍ରେ ଉପଲବ୍ଦ ହେଉଛି । ପ୍ରଥମଟି ୨ଜିବି ରାମ୍ ୩୨ଜିବି ରମ୍ ଏବଂ ଏହାର ମୂଲ୍ୟ ୮୯୯୯ଟଙ୍କା ରହ÷ିଛି । ସେହିପରି ଦ୍ୱିତୀୟଟି ୩ଜିବି ରାମ୍ ୩୨ଜିବି ରମ୍ ଏବଂ ଏହାର ମୂଲ୍ୟ ୧୦୫୯୯ଟଙ୍କା ରହିଛି । ସେହିପରି ତୃତୀୟଟି ୪ଜିବି ରାମ ୬୪ଜିବି ରମ୍ ରହିଛି । ଏହାର ମୂଲ୍ୟ ୧୧୯୯୯ଟଙ୍କା ରହିଛି ।ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ୨୦୦୬ରେ ସ୍ଥାପିତ ହୋଇଥିଲା । ଏହାର ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୪୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଏହା ଫିଚର ଫୋନ୍, ଟ୍ୟାବଲେଟ୍, ସ୍ମାର୍ଟଫୋନ୍ ଆଦି ନିର୍ମାଣ କରିଥାଏ । ଆଫ୍ରିକାର ଶ୍ରେଷ୍ଠ ୩ଟି ମୋବାଇ ମଧ୍ୟରେ ଏହା ନିଜର ସ୍ଥାନ ହାସଲ କରିପାରିଛି । ୨୦୧୭ରେ ଏହା ୪୩ ନିୟୁତ ୟୁନିଟ୍ ଫୋନ୍ ବିକ୍ରି କରିଛି ।


