ଟେବୁଲରେ ପରିଣତ ହୋଇଯିବ ସ୍କୁଲ ବ୍ୟାଗ୍

୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ଭାରତରେ ୪ କୋଟି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସ୍କୁଲରେ ବେଞ୍ଚ ଡେସ୍କରେ ବସିବା ପାଇଁ ଛାତ୍ରୀଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଏବେ ବଜାରକୁ ଏମିତି ବ୍ୟାଗ୍ ଆସିଛି, ଯାହାକୁ ଶ୍ରେଣୀରେ ବସିବା ସମୟରେ ଟେବୁଲ୍ ଭାବେ ପକାଇ ଆରାମରେ ବସି ପଢ଼ିପାରିବେ । ଭାରତର ପ୍ରୋସାକ୍ ନାମକ ଏକ କମ୍ପାନୀ ଏହି ଷ୍ଟଡି ବ୍ୟାଗ୍ର ଡିଜାଇନ୍ କରିଛି । ଏହାର ନାମ ଡେସ୍କିଟ୍ ରଖାଯାଇଛି । ବ୍ୟାଗ୍ରେ ଫୋଲ୍ଡିଂ ଷ୍ଟଡି ଟେବୁଲ ରହିଛି । ପଢ଼ିସାରିବା ପରେ ଏହି ଟେବୁଲକୁ ଭାଙ୍ଗି ରଖିହେବ । ବ୍ୟାଗଗୁଡ଼ିକ ବିଭିନ୍ନ ରଙ୍ଗର ରହିଥିବାବେଳେ ବହୁତ ମଜଭୁତ ଏବଂ ହାଲୁକା । ୱାଟର୍ ପ୍ରୁଫ୍ ମଧ୍ୟ । ଏହାକୁ ଅତିକମ୍ରେ ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ପିଲାଙ୍କ ଉଚ୍ଚତା ଅନୁସାରେ ଏହି ଟେବୁଲକୁ ପକାଯାଇପାରିବ । କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏହି ବ୍ୟାଗ୍ ଯୋଗୁ ପିଲାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଗଠନ ହୋଇପାରିବ । ଅଣ୍ଟାପିଠି ଦରଜ ହେବ ନାହିଁ । ଏହି ବ୍ୟାଗ୍କୁ ଆମ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୨୦ ହଜାର ପିଲା ବ୍ୟବହାର କରୁଛନ୍ତି । ଏହାର ଦାମ୍ ୫୦୦ ଟଙ୍କାରୁ ଊଦ୍ଧ୍ୱର୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ