ଟେଲିଫୋନରେ “ହାଲୋ’ର ବ୍ୟବହାର
ପ୍ରାୟ ଆମେ ସମସ୍ତେ ଛୋଟବେଳୁ ଏହା ଦେଖି ଆସୁଛୁ, ଆଉ ଶୁଣି ଆସୁଛୁ ଯେ ଫୋନ୍ ଉଠାଇବା କ୍ଷଣି “ହାଲୋ’ କୁହାଯାଇଥାଏ । ପରେ ବ୍ୟବହାରକାରୀ ଅନ୍ୟ କଥା ହୋଇଥାନ୍ତି । କେବେ ଆପଣ ଏହା ଭାବିଛନ୍ତି କି ଫୋନ୍ ଉଠାଇବା କ୍ଷଣି ଲୋକେ କାହିଁକି ହାଲୋ କହିଥାନ୍ତି । କ’ଣ ପାଇଁ ଆଉ କିଛି କହି ନ ଥାନ୍ତି । ଏହାକୁ ନେଇ ଅନେକ ପ୍ରକାର କାହାଣୀ ଶୁଣିବାକୁ ମିଳୁଥିଲେ ହେଁ ଏହାର ପ୍ରାମାଣିକ ସତ୍ୟାସତ୍ୟ ନାହିଁ । ତେବେ ଆସନ୍ତୁ ଏହି ଶବ୍ଦର ଉତ୍ପତ୍ତି ବିଷୟରେ ଜାଣିବା । ଆଲେକ୍ଜାଣ୍ଡର ଗ୍ରାହାମ ବେଲ୍ ଟେଲିଫୋନ୍ ଆବିଷ୍କାର କରିଥିଲେ । ୧୦ ମାର୍ଚ୍ଚ ୧୮୭୬ରେ ତାଙ୍କୁ ଟେଲିଫୋନ୍ ପେଟେଣ୍ଟ ମିଳିଥିଲା । ଗ୍ରାହାମ୍ବେଲ ପ୍ରଥମେ ତାଙ୍କ ସାଥୀ ୱାସ୍ତାନାଙ୍କ ପାଇଁ ଏକ ମେସେଜ ପଠାଇଥିଲେ । “ତୁମେ ଏଠାକୁ ଆସ ମୋତେ ତୁମର ଆବଶ୍ୟକ ଅଛି’ ବୋଲି ସେ କହିଥିଲେ । ଏହି ସମୟରେ ସେ ହାଲୋ ନୁହେଁ ଆହ୍ୱେ କହିଥିଲେ । ଏହାକୁ ବ୍ୟବହାର କରିବା ପରେ ଅନେକ ଭୁଲ ଶବ୍ଦ ଶୁଣିଥିଲେ । ଶେଷରେ ଥୋମାସ ଏଡିଶନ ଏହାକୁ ଭୁଲ ଶୁଣି ୧୮୭୭ରେ ହାଲୋ କହିବାକୁ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ପାସ କରିବାକୁ ଥୋମାସ ଏଡିଶନ୍ ପିଟର୍ସବର୍ଗର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟଙ୍କୁ ଚିଠି ଲେଖିଥିଲେ । ଟେଲିଫୋନ୍ରେ ପ୍ରଥମରୁ ହାଲୋ କହିବା ଜରୁରୀ ।


