ଟେଲିଭିଜନ୍ ପ୍ୟାକେଜ୍ ଚୟନରେ ସମସ୍ୟା ସୃଷ୍ଟି କରୁଛନ୍ତି ଅପରେଟର୍
ମୁମ୍ବାଇ, (ଏଜେନ୍ସି): ବ୍ରଡ଼କାଷ୍ଟ ସେକ୍ଟର ପାଇଁ ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଯେଉଁ ଟାରିଫ୍ ଅର୍ଡ଼ର ଜାରି କରିଛି, ତାହାକୁ ସାଧାରଣ ଲୋକଙ୍କ ହିତ ପାଇଁ ବୋଲି ଦର୍ଶାଯାଇଥିଲା । ହେଲେ ଏହି ନିୟମ ଲାଗୁ ହେବା ପରେ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । କାହିଁକି ନା ନିଜ ପସନ୍ଦର ଚ୍ୟାନେଲ୍ ଚୟନ ପାଇଁ ଗ୍ରାହକଙ୍କୁ ଅପରେଟର୍ସଙ୍କ ଦ୍ୱାରା ଅନେକ ସମସ୍ୟାର ସମ୍ମୁୂଖିନ ହେବାକୁ ପଡ଼ୁଛି । ଟ୍ରାଇ ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ନିଜ ପସନ୍ଦର ଚ୍ୟାନେଲ୍ ଚୟନ କରିବାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ଦେଇଥିବା ବେଳେ ବର୍ତ୍ତମାନ ପାଇଁ ଗ୍ରାହକଙ୍କୁ ‘ବେଷ୍ଟ ଫିଟ୍ ପ୍ୟାକ୍’ ପ୍ରଦାନ କରିବା ପାଇଁ ଅପରେଟର୍ସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ପ୍ୟାକ୍ ଗ୍ରାହକଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କରିଛି । କାହିଁକି ନା ଏହା ଦ୍ୱାରା ଅପରେଟର୍ସ ଗ୍ରାହକଙ୍କୁ ନିଜ ପସନ୍ଦର ଚ୍ୟାନେଲ୍ ହିଁ ପ୍ରଦାନ କରୁଛନ୍ତି । ତେବେ ଡିଡିଏଚ୍ ପ୍ଲେୟାର୍ସ ୬୦% ଲକ୍ଷ୍ୟ ହାସଲ କରିଥିବା ଟ୍ରାଇ ପକ୍ଷରୁ କୁହାଯାଇଛି । ହେଲେ ଟାଟା ସ୍କାଏ ଓ ଏୟାର୍ଟେଲ୍ ଡିଜିଟାଲ ଟିଭି ଏବେବି ପ୍ରତ୍ୟ ପାଖାପାଖି ୫-୫ଲକ୍ଷ ଉପଭୋକ୍ତାଙ୍କୁ ସ୍ଥାନାନ୍ତର କରୁଛନ୍ତି ।