ଟେଷ୍ଟି ଟ୍ରିଟ ପକ୍ଷରୁ ପାଞ୍ଚ ଫ୍ଲେବର୍ର ପଟାଟୋ ଚିପ୍ସ

ନୂଆଦିଲ୍ଲୀ, (ଏଜେନ୍ସି): ଫ୍ୟୁଚର କଞ୍ଜ୍ୟୁମରର ବ୍ରାଣ୍ଡ, ଟେଷ୍ଟି ଟ୍ରିଟ ପକ୍ଷରୁ ପାଞ୍ଚଟି ଫ୍ଲେବର୍ରେ ପଟାଟୋ ଚିପ୍ସର ଶୁଭାରମ୍ଭ କରାଯାଇଛି । ଉକ୍ତ ପାଞ୍ଚଟି ଫ୍ଲେବର୍ ମଧ୍ୟରେ ଚିଜ୍ ଫ୍ଲେବର, ସୋର କ୍ରିମ୍ ଆଣ୍ଡ ଓନିଅନ, ଟ୍ୟାଙ୍ଗି ଟମାଟୋ, କ୍ଲାସିକ ସଲ୍ଟ ଏବଂ ଦେଶି ମସାଲା ମ୍ୟାଜିକ୍ ରହିଛି । ଟେଷ୍ଟି ଟ୍ରିଟ୍ ପଟାଟୋ ଚିପ୍ସରେ ୪୦% ରୁ ୧୦% ଅତିରିକ୍ତ ଚିପ୍ସ ରହିଥିବାବେଳେ ଏହା ଚାରୋଟି ଭିନ୍ନ ଭିନ୍ନ ପ୍ୟାକ୍ ୫ଟଙ୍କା, ୧୦ ଟଙ୍କା, ୨୦ ଟଙ୍କା, ୩୫ ଟଙ୍କା ମୂଲ୍ୟରେ ଉପଲବ୍ଧ । ଟେଷ୍ଟି ଟ୍ରିଟ ଉତ୍ପାଦଗୁଡ଼ିକ ସମସ୍ତ ଫ୍ୟୁଚର ଗ୍ରୁପ ଷ୍ଟୋର୍ ଯେପରିକି, ବିଗ ବଜାର, ବିଗ ବଜାର ଜେନ୍ ନେକ୍ସଟ, ଇଜି ଡ଼େ କ୍ଲବ, ହେରିଟେଜ୍ ଫ୍ରେଶ, ହାଇପରସିଟି ଏବଂ ଫୁଡ଼୍ୱାଲ୍ଡ ଆଦିରେ ଉପଲବ୍ଧ ହେଉଛି । ଏହି ନୂଆ ରେଞ୍ଜ୍ର ପଟାଟୋ ଚିପ୍ସ ସମ୍ପର୍କରେ ଫ୍ୟୁଚର ଗ୍ରୁପ୍ ପକ୍ଷରୁ ଏହାର ଫୁଡ଼୍ ବିଜନେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସଦାଶିବ ନାୟକ କହିଛନ୍ତି ଯେ ଖୁବ୍ କମ୍ ସମୟ ମଧ୍ୟରେ ଟେଷ୍ଟି ଟ୍ରିଟ୍ ଦେଶରେ ଏକ ଲୋକପ୍ରିୟ ବ୍ରାଣ୍ଡ ହୋଇପାରିଛି । ଟେଷ୍ଟି ଟ୍ରିଟ୍ ଉତ୍ପାଦ କ୍ରୟକରି ଗ୍ରାହକମାନେ ଡିସକାଉଣ୍ଟ କୁପନ୍ ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ