ଟୋକାନ ବିବାଦ,ଧାନ ବିକ୍ରୀ କରି ନପାରି ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ,(ୱାଇଏନ୍‌ଏସ୍‌): ଟୋକନ ସମସ୍ୟା ନେଇ ଧାନ ବିକ୍ରୀ କରି ନପାରିବାରୁ ଜିଲାପାଳ ଓ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ବରଗଡ଼ ଜିଲ୍ଲାର ଚାଷୀ । ରବି ଋତୁ ଧାନ ସଂଗ୍ରହ ଅବଧି ସରିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ବିକ୍ରୀ ହୋଇ ନ ପାରି ହଜାର ହଜାର ବସ୍ତା ଧାନ ପଡିରହିଛି । ଯାହାକୁ ନେଇ ଜିଲାର ରେଶମ ,ସାଲେପାଲି , ପ୍ରଧାନ ପାଲି ସମେତ ବିଭିନ୍ନ ଅଞ୍ଚଳ ର ଚାଷୀ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ତୁରନ୍ତ ଜିଲାରେ ଥିବା ସମସ୍ତ ଧାନକୁ ଶୀଘ୍ର ବିକ୍ରୀ କରିବାକୁ ଦାବୀ କରିଛନ୍ତି । ଉଭୟ କାର୍ଯଳୟ ସମ୍ମୁଖରେ ଶହ ଶହ ବସ୍ତା ଧାନ ପକାଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ