ଟୋକେନ ଆସିଥିବା ଚାଷୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଟୋକେନ ଆସିଥିବା ଚାଷୀଙ୍କ ଧାନ ତୁରନ୍ତ କିଣିବା ଦାବି ନେଇ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତର ସରପଂଚ ଟି. ନରସିଂହ ରେଡ୍ଡିଙ୍କ ନେତୃତ୍ୱରେ ପଂଚାୟତର ବହୁ ଚାଷୀ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହ ଛତ୍ରପୁର ଉପଜିଲ୍ଲାପାଳ. ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଓ ଛତ୍ରପୁର ତହସିଲଦାର ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି । ବିପୁଳିଙ୍ଗି ପଂଚାୟତର ଶତାଧିକ ଚାଷୀଙ୍କର ଟୋକେନ୍ ଆସିଥିଲେ ସୁଦ୍ଧା ମିଲର ମାନଙ୍କ ଅସହଯୋଗ ଓ ମନମାନୀ ଯୋଗୁଁ ମଣ୍ଡିରେ ଧାନ କିଣାଯାଉନାହିଁ ବୋଲି ସେମାନେ ଏହି ଦାବି ପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଧାନ କିଣା ନଗଲେ ସେମାନଙ୍କ ଟୋକେନ ନଷ୍ଟ ହୋଇଯିବ । ଏନେଇ ସେମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନଙ୍କ ଧାନ କିଣାଯାଉନଥିବା ମଧ୍ୟ ସେମାନେ ଏହି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଯାହା ଫଳରେ ଗରିବ ଚାଷୀମାନେ ବହୁତ ହଇରାଣ ହରକତ ହେଉଛନ୍ତି । ଏଣୁ ଚାଷୀ ମାନଙ୍କର ଟୋକେନର ଅବଧି ଶେଷ ହେବା ପୂର୍ବରୁ ଟୋକେନ ଆସିଥିବା ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କିଣିବା ସକାଶେ ନିର୍ଦ୍ଦେଶ ଦେବାକୁ ସେମାନେ ଅନୁରୋଧ କରିଛନ୍ତି । ନଚେତ ଆଗାମୀ ଦିନରେ ଧାନ ବସ୍ତା ରଖି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ପୂର୍ବତନ ସରପଂଚ ସୁବାସ ଚୈାଧୂରୀ, ସୋମନାଥ ନାହାକ ଓ ଦଣ୍ଡ ନାହାକ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ବିପୁଳିଙ୍ଗି ସମିତିସଭ୍ୟ ଜୟଦେବ ଲେଙ୍କା, ଚାଷୀ କେ. ଋାମ ଚନ୍ଦ୍ର ଚୈାଧୂରୀ, ଜି. ସିମାଦ୍ରି ରେଡ୍ଡି, ଜି. ବୁଲୁ ରେଡ୍ଡି, ବି. ମଦନ ରେଡ୍ଡି, ଏସ୍‌. ଟୁନା ରେଡ୍ଡି, ହେମନ୍ତ କୁମାର ନାହାକ, ଆର୍‌. କୈଳାସ ରେଡ୍ଡି, ସୁକାନ୍ତ ନାହାକ, ଜି. ଧର୍ମେନ୍ଦ୍ର ରେଡ୍ଡି, ପି. ଡମ୍ବୁରୁ ରେଡ୍ଡିଙ୍କ ସମେତ ପଂଚାୟତର ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ