ଟ୍ରକରୁ ୨୨ ବସ୍ତା ଗଂଜେଇ ଜବତ, ୨ ଗିରଫ
ମୋହନ, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ପୋଲିସ ରାଇସିଙ୍ଗ ଛକରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକରୁ ୨୨ ବସ୍ତା ଗଂଜେର ଜବତ କରିବା ସହ ୨ ଅନ୍ତରାଜ୍ୟ ଗଂଜେଇ ମାଫିଆନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ , ବିହାର ଔରାଙ୍ଗାବାଦର ରୂପେଶ କୁମାର ଯାଦବ ଓ ବିରେନ୍ଦ୍ର କୁମାର ଯାଦବ। ଆଜି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ ନିର୍ଦେଶରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ୱାବଧ।ନରେ ଏସଆଇ ପିଙ୍କି ମୁର୍ମୁ ଓ ପୋଲିସ ଟିମ ରାଇସିଙ୍ଗି ଛକରେ ପେଟ୍ରୋଲିଂ ବେଳେ ଏକ ଟ୍ରକକୁ ଅଡବାପଟୁ ଆସୁଥିବାବେଳେ ସନ୍ଦେହରେ ଯାଞ୍ଚ କରିଥିଲା ।ଯାଞ୍ଚ ବେଳେ ଟ୍ରକ ହେଲ୍ପର ପଳେଇବା ପାଇଁ ଉଦ୍ୟମ କରିଥିଲେ ତାହା ଦେଖି ଯାଞ୍ଚ କରିବା ଟ୍ରକରେ ୨୨ ବସ୍ତା ଗଂଜେଇ ଜବତ ହୋଇଛି ।ଏହାକୁ ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ଉପସ୍ଥିତ ରେ ଓଜନ କରିବାରୁ ତାହା ପାଞ୍ଚ କୁଇଣ୍ଟାଲ ହଇଥିଲା ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ ଦୁହେଁ ଅଡାବା ଅଂଚଳରୁ ଗଞ୍ଜେଇ ନେଇ ବିହାର ଅଭିମୁଖେ ଚାଲାଣ କରୁଥିବା ବେଳେ ପୋଲିସ ତଦନ୍ତରୁ ଜଣାପଡିଛି ।