ଟ୍ରକ୍ ଧକ୍‌କାରେ ମହିଳା ଗୁରୁତର

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହର ବଜାରରେ ରବିବାର ଅପରାହ୍ନ ସମୟରେ ଏକ ଟ୍ରକ ଜଣେ ମହିଳାକୁ ଧକ୍‌କା ଦେବାରୁ ସେ ଗୁରୁତର ହୋଇଛନ୍ତି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଯୋଡା ସହିଦ ନଗରର ନାଗି ସରଦାର ନାମକ ମହିଳା ଯୋଡା ବଜାରରେ ଥିବା ସୁନା ନଦୀ ପୋଲ ଅତିକ୍ରମ କରୁଥିବା ବେଳେ ଏକ ୧୬ ଚକିଆ ଟ୍ରକ ତାଙ୍କୁ ଧକ୍‌କା ଦେଇ ତାଙ୍କ ଡାହାଣ ଗୋଡ ଉପରେ ଚଢିଯାଇଥିଲା । ମହିଳା ନାଗି ସରଦାରଙ୍କର ଡାହାଣ ଗୋଡ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ଟାଟା ଷ୍ଟିଲ ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ସେଠାରେ ଉତେଜନା ଦେଖା ଦେବାରୁ ୧୬ ଚକିଆ ଟ୍ରକ ର ଡ୍ରାଇଭର ଆହତ ମହିଳା ନାଗି ସରଦାରଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ପ୍ରତ୍ୟେକ୍ଷ ଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୧୬ ଚକିଆ ଟ୍ରକ୍ ନମ୍ବର ଓଡି ୦୯ କେ ୭୪୪୩ । ରବିବାର ଯୋଡା ସହରରେ ସାପ୍ତାହିକ ହାଟ ହେଉଥିବାରୁ ବଜାରରେ ଭିଡ ଥାଏ, ହେଲେ ପ୍ରଶାସନିକ ସ୍ତରରେ ଟ୍ରାଫିକ ନିୟନ୍ତ୍ରଣ ହେଉନଥିବାରୁ ପ୍ରାୟତଃ ଏହି ରାସ୍ତାରେ ଦୁର୍ଘଟଣା ଘଟିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ