ଟ୍ରକ୍ ଭିତରେ ହେଲପରର ଶବ

ପାରାଦୀପ ( ପିତବାସ ପ୍ରଧାନ) : ପାରାଦୀପ ସବଷ୍ଟେସନ ଛକ ମୁଣ୍ଡା ପଡା ନିକଟେର ଛିଡା ହୋଇଥିବା ଓ ଆର ୦୪ ଏଫ୍ ୮୦୮୩ ଏକ ଟ୍ରକ୍ରର କେଭିନ୍ ଭିତରୁ ଏକ ରକ୍ତ ଯୁଡୁବୁଡୁ ଯୁବକର ଶବ ଉଦ୍ଧାର କରାଯାଇଛି | ଏହି ଶବ କେନ୍ଦ୍ରାପଡ଼ା ଜିଲ୍ଲା ବଉଳକଣୀ ଗ୍ରାମର ବାବୁଲି ସିଂ। ସେ ଟ୍ରକ୍ ର ହେଲପର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି | ଟ୍ରକ୍ ର ଚକା ଓ ଡୋର୍ ରେ ରକ୍ତ ଲାଗିଥିବା ଓ ମୃତ ବାବୁଲିର ଶବ ଟ୍ରକ୍ ଭିତରେ କିଭଳି ରହିଲା ତାହା ଅନେକ୍ ସନ୍ଦେହ ସ୍ରୁଷ୍ଟି ହୋଇଛି । ଟ୍ରକ୍ ର ଡ୍ରାଇଭର ବାବୁଲିକୁ ହିଁ ହତ୍ୟା କରିଥିବା ବାବୁଲିର ବାପା ଅଭିଯୋଗ କରିଛନ୍ତି।ହତ୍ଯା ପଛରେ ଜମିବାଡି ବିବାଦ ଥିବା ଆଲୋଚନା ହେଉଛି | ପାରାଦୀପ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚାଲୁ ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ