ଟ୍ରକ୍ ମାଲିକ ସଂଘର ନିର୍ଦ୍ଦେଶକୁ ବେଖାତିର; ବାହର ରାଜ୍ୟର ଟ୍ରକ୍‌କୁ ମିଳୁଛି ପରିବହନ କାର୍ଯ୍ୟ

ବେରୋଜଗାର ହେଲେ ସ୍ଥାନୀୟ ଗାଡି ମାଲିକ ପ୍ରତିବାଦରେ ଥାନାର ଦ୍ୱାରସ୍ଥ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର କାଳିମାଟି ବି-ପ୍ଲଟସ୍ଥିତ ଇନ୍ଦ୍ରାଣି ପଟ୍ଟନାୟକ ଖଣିରେ ପରିବହନ କାର୍ଯ୍ୟ ନପାଇ ଶହଶହ ଟ୍ରକ ମାଲିକ ବେରୋଜଗାର ହେଉଥିବା ନେଇ ଗୁରୁବାର ଯୋଡା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ଉକ୍ତ ଖଣିରୁ ପାରାଦୀପକୁ ଖଣିଜ ପରିବହନ ମୂଲ୍ୟ ୧୯୨୫ ଓ ଗୋପାଳପୁରକୁ ୧୯୭୫ ଟଙ୍କା ଥିଲା । ଶ୍ରୀଆନ୍‌ଡାଲ ଲଜିଷ୍ଟିକ ନାମକ ପରିବହନକାରୀ ସଂସ୍ଥା ଏହି ପରିବହନ କାର୍ଯ୍ୟ କରୁଅଛି । ଏହି ପରିବହନକାରୀ ସଂସ୍ଥା ସ୍ଥାନୀୟ ଯୋଡା ଟ୍ରକ ଓନର ଆସୋସିଏସନ୍ (ଜେଟିଓଏ)କୁ ନଜଣାଇ ସ୍ଥାନୀୟ ଟ୍ରକ ଗୁଡିକୁ ପରିବହନ କାର୍ଯ୍ୟ ନଦେଇ ବାହର ରାଜ୍ୟର ଟ୍ରକ ଆଣି କମ୍ ପରିବହନ ମୂଲ୍ୟ ଦେଇ ପରିବହନ କାର୍ଯ୍ୟରେ ନିୟୋଜିତ କରୁଅଛି । ଯାହା ଦ୍ୱାରା ସଂଘରେ ପଂଜିକୃତ ଥିବା ସ୍ଥାନୀୟ ଶହଶହ ଟ୍ରକ ଗୁଡିକ କାର୍ଯ୍ୟନପାଇ ଠିଆ ହୋଇ ରହୁଛନ୍ତି । ଗାଡି ମାଲିକମାନେ ପରିବହନ କାର୍ଯ୍ୟରୁ ବଂଚିତ ହୋଇ ଆର୍ଥିକ ସଂକଟର ଶିକାର ହେଉଥିବା ଗାଡି ମାଲିକ ପିନ୍‌ଟୁ ସିଂ, ସୋହେବ ଖାନ୍‌, ଗୋପିନାଥ ଗୋପ, ଶୈଲେନ୍ଦ୍ର ଜରା, ପବିତ୍ର ଦାସ, ତାପସ କୁମାର, ମାତାପ୍ରସାଦ ଜେସୱାଲ ପ୍ରମୁଖ କହିଛନ୍ତି । ସେମାନେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ପରିବହନ କାରୀ ସଂସ୍ଥା ଆନ୍‌ଡାଲ ଲଜିଷ୍ଟିକ ବାହାର ରାଜ୍ୟର ଅଣ ପଞ୍ଜିକୃତ ଟ୍ରକକୁ ୧୬୨୫ ଟଙ୍କା ପରିବହନ ମୂଲ୍ୟ ଦେଇ ପାରଦୀପ କୁ ଖଣିଜ ପରିବହନ କରାଉଅଛି । ଏପରିକି ଟ୍ରକ ମାଲିକ ସଂଘ ର ନିର୍ଦ୍ଦେଶକୁ ବେଖାତିର କରି ଶ୍ରୀ ଆନ୍‌ଡାଲ ଲଜିଷ୍ଟିକ ପରିବହନ କାରୀ ସଂସ୍ଥା ଖଣିଜ ବୋଝେଇ କରି ପରିବହନ କରିବାରେ ବ୍ୟସ୍ତ ଥିବାବେଳେ ସ୍ଥାନୀୟ ଟ୍ରକ ଗୁଡିକୁ ପରିବହନ କାର୍ଯ୍ୟରୁ ବଂଚିତ କରାଯାଉଛି । ଏ ସମ୍ପର୍କରେ ଗାଡି ମାଲିକ ମାନେ ପରିବହନକାରୀ ସଂସ୍ଥାର ଦୃଷ୍ଟି ଆକର୍ଷଣ କରିବାରୁ ସଂସ୍ଥା ପକ୍ଷରୁ ଗାଡି ମାଲିକଙ୍କୁ ଧଉଳ ଚମକ ମଧ୍ୟ ଦିଆଯାଉଥିବା ସେମାନେ ଯୋଡା ଥାନା ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଥାନା ଅଧିକାରୀ ଦୁଇ ପକ୍ଷଙ୍କୁ ଡକାଇ ଏହାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଥିବା ଗାଡି ମାଲିକ ଗୋପିନାଥ ଗୋପ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ