ଦେଶୀମଦ ସହ ମହୁଲ ପୋଚ ଜବତ, ୨ ଗିରଫ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧିକ୍ଷକ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା କର୍ମଚାରୀ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦେଶୀରନ୍ଧା ମଦ, ମହୁଲ ପୋଚ ଜବତ ଜବଦ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଏହି ଟିମ ଆଜି ସୋସୋ ଥାନା ଅନ୍ତର୍ଗତ ବେରୁଣପଦି, ପୁରୁଣାପାଣି ,ନନ୍ଦିପଦା ଥାନା ଅଧିନସ୍ଥ ଜମ୍ଭରା ଅଞ୍ଚଳରେ ଚଢ଼ାଉ କରି ୨୭୨ଲିଟର ଦେଶୀମଦ ଓ ୩୭୦୦ ଲିଟର ମହୁଲ ପୋଚ ଜବତ କରିଵା ସହ ଉକ୍ତ ଗ୍ରାମର ସ୍ୱର୍ଣ୍ଣଲତା ଘଡେଇ, ଵିଳାଶ ଯେନାଙ୍କୁ ଗିରଫ କରଛି। ହାଟଡିହି ଅବକାରୀ ଥାନା ପକ୍ଷରୁ ୪ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା, ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।


