ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ୪୯ନଂ ଜାତୀୟ ରାଜପଥ ବିଶୋଇ ବାଇପାସ ନିକଟରେ ଆଜି ସନ୍ଧ୍ୟା ୭ ଟା ବେଳେ ଟ୍ରକ ଓ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଯଶିପୁର ପଟୁ ଏକ ଲୁହାପଥର ବୋଝେଇ ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ବାଙ୍ଗରିପୋଷି ଥାନା ବଡଗାଁ ଗ୍ରାମର ସୁକଲାଲ ସିଂ ଙ୍କ ପୁଅ ଜାରକା ସିଂ ବିଶୋଇ ପଟୁ ଯଶିପୁର ପଟକୁ ଯାଉଥିଲେ । ଜାରକା ସିଂ ବିଶୋଇ ବଜାରରୁ ଜାତୀୟ ରାଜପଥକୁ ଉଠୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକଟି ବାଇକକୁ ଧକ୍କାଦେବା ଫଳରେ ଜାରକା ସିଂ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତୁର ଅବସ୍ଥାରେ ତାଙ୍କୁ ବିଶୋଇ ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବିଶୋଇ ଥାନାଧିକାରୀ ଫଣିନ୍ଦ୍ର ଭୁଷଣ ନାଏକ ସଦଳବଳେ ଘଟଣାସ୍ଥଳକୁ ପହଂଚି ଉଭୟ ଟ୍ରକ ଓ ବାଇକ୍ ଜବତ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଉଲ୍ଲେଖନୀୟ ଯେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବିଶୋଇ ବାଇପାସ ରାଜପଥ ଏବେ ଏକ ମରଣଯନ୍ତାରେ ପରିଣତ ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ