ପୁଣି ଗଜପତି-ଗଞ୍ଜାମ ସୀମାକୁ ସିଲ୍ କେଲେ ଜିଲ୍ଲାପାଳ
ମୋହନା, (ଅଂଶୁମାନ ପଣ୍ଡା): ପୁଣି ଗଜପତି ଗଞ୍ଜାମ ସୀମା ସିଲ୍ । ଗଜପତି ଜିଲ୍ଲା ମୋହନା ବ୍ଲକ କମଳାପୁରୁ ଗାଁ ନିକଟରେ ଥିବା ତନାଘନା ଫାଟକକୁ କଡ଼ାକଡ଼ି ଯାଞ୍ଚ ସହ ସିଲି କରେଲେ ପ୍ରଶାସନ । ରାଜ୍ୟରେ କରୋନା ତାର ଉଗ୍ରା ରୂପ ନେଉଥିବା ବେଳେ ଲୋକେ ମନୁନାନ୍ତି ନିୟମାବଳି ଯାହା ଫଳରେ ହୁ ହୁ ହୋଇ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଭୋଜିଭାତ ବାହାଘରରେ ନିୟମ ନ ମନି ଅଧିକ ଜନସମାଗମ ହେବା ମାହାଙ୍ଗା ପଡ଼ୁଚି ଲୁକଙ୍କୁ, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ଯାଇ ଆକ୍ରାନ୍ତ ହେଇ ଫେରି ଲୁଚାଉଛନ୍ତି ଜନସାଧାରଣ ଫଳରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି, ଏହାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶ କ୍ରମେ ତସିଲିଦାର କଲ୍ୟାଣୀ ସଂଘ ମୀତ୍ରା ଦେବି ସୀମାକୁ ସିଲ୍ କରିଛନ୍ତି । ଏପରିକି କୌଣସି ଲୋକେ ଅଯଥାରେ ଜିଲ୍ଲା ବାହାରକୁ ଯିବେ ନାହିଁ, ରେଶନ୍ ଗାଡ଼ି, ଗ୍ୟାସ, ମେଡ଼ିକାଲ ଗାଡ଼ି ବ୍ୟତୀତ କୌଣସି ଗାଡ଼ିକୁ ଯିବାକୁ ଦିଆଯିବନି ବଲି ସୂଚନା ଦେଇଛନ୍ତି ।


