ଟ୍ରକ ମୋଟର ସାଇକଲ ମୁହାଁମୁହିଁ,ଜଣେ ମୃତ
ଜୟପୁର,(ୱାଇଏନ୍ଏସ୍): କୋଟପାଡ଼ ସହରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସହରର କୁସୁମୀ ଛକ ଠାରେ NH-୬୩ ରାଜପଥ ଦେଇ ଗୋଟିଏ ମାଲ ବୋଝେଇ ଟ୍ରକ ଛତିଶଗଡ଼ ଅଭିମୁଖେ ଯାଉଥିଲା | ଏହି ସମୟରେ ସାମ୍ନା ପଟୁ ଗୋଟିଏ ମୋଟର ସାଇକଲରେ ଦୁଇ ଜଣ ଆରୋହୀ ଆସୁଥିବା ସମୟରେ ସେଠାରେ ଥିବା ଗୋଟିଏ କାର ର ଡ୍ରାଇଭର ନିଜ ଗାଡିର ଡୋର ଖୋଲିଦେଲେ ଫଳରେ ଦୁର୍ଘଟଣା ଘଟି ମୋଟର ସାଇକଲ ଆରୋହୀ ଗାଙ୍ଗୁ ପଣ୍ଡାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ପବନ ବେଗରେ ପ୍ରଚାରିତ ହେବା ଫଳରେ କୋଟପାଡ଼ ର ହଜାର ହଜାର ଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇ କାର ଚାଳକଙ୍କୁ ଧରିବାକୁ ଗୋଡ଼େଇ ଥିଲେ । କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ କୋଟପାଡ଼ ପୋଲିସ ଘଟଣସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ମୃତ ଗାଂଗୁ ପଣ୍ଡା ଜଣେ ଜଣାଶୁଣା ଯୁବକ ଥିଲେ । ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ସେ ଜଣେ ସମାଜ ସେବୀ,ପରୋପକାରୀ ଏବଂ ଶିବ ମନ୍ଦିରର ପୂଜକ ଥିଲେ । ଏହି ଖବର ଶୁଣି ଓଡ଼ିଶା ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତି ତଥା କୋଟପାଡ଼ ବିଧାୟକ ଶ୍ରୀମତୀ ପଦ୍ମିନୀ ଦିଆନ୍ନ,ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ,ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ,ଓକିଲ ସଂଘର ସଭାପତି ଶ୍ରୀ ମନି ପ୍ରସାଦ ପଟ୍ଟନାୟକ ପ୍ରେସ କ୍ଲବର ସଭାପତି ପଙ୍କଜ କୁମାର ପାତ୍ର, ଚମ୍ବର୍ ଓଏଫ୍ କମର୍ସ ସଭାପତି ଗଣେଶ ଚନ୍ଦ୍ର ପଣ୍ଡା ସମେତ କୋଟପାଡ଼ର ବହୁ ମଣ୍ୟ ଗନ୍ୟ ବ୍ୟକ୍ତି ଗଭୀର ଦୁଃଖ ପ୍ରକାଶ କରିବା ସାଥେ ସାଥେ ଶୋକାକୁଳ ପରିବାର କୁ ସମବେଦନା ଜଣାଇଛନ୍ତି ।