ଟ୍ରକ ସହ ବାଇକର ମୁହାଁ ମୁହିଁ ଧକ୍କା : ଦୁଇ ପୁଅ ମୃତ : ମାଆ  ଗୁରୁତର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ରେ ଏକ ଅଜଣା ଟ୍ରକ ସହ ବାଇକ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ସୂଚନା ମୁତାବକ ଫିରିଙ୍ଗିଆ ବ୍ଲକ ଯାଯେସପଙ୍ଗା ପଞ୍ଚାୟତ ଉପର ଦାମୀଙ୍ଗିଆ ର ପ୍ରଶାନ୍ତ ଦିଗାଲ ଙ୍କ ବଡ଼ ପୁଅ ଚନ୍ଦନ ଦିଗାଲ (୧୫) ସ୍ତ୍ରୀ ଜୋଛନା ଦିଗାଲ ଓ ସାନ ପୁଅ ଆୟୁଷ ଦିଗାଲ (୪) ନିଜ ଆପାଚି ବାଇକ ରେ ନିଜ ଗାଁ ରୁ ଫୁଲବାଣୀ ମେଡିକାଲ କୁ ନିଜ ଜେଜେମା କୁ ଦେଖିବା ପାଇଁ ଯାଇ ଫେରୁଥିବା ସମୟରେ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ ସମୁଖରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଅଜଣା ଟ୍ରକ ସହ ଦୁର୍ଘଟଣା ଘଟିଥିଲା l ଘଟଣା ସ୍ଥଳରେ ବଡ଼ ପୁଅ ଚନ୍ଦନ ଦିଗlଲ ଓ ସାନ ପୁଅ ଆୟୁଷ ଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଜ୍ୟୋତ୍ସ୍ନା ଦିଗାଲ ଗୁରୁତର ଆହତ ହୋଇଥିବା ରୁ  ୧୦୮ ଆମ୍ବୁଲାନ୍ସ ଦ୍ୱାରା ଫିରିଙ୍ଗିଆ ମେଡିକାଲ ଆଣିବା ପରେ ଗୁରୁତର ହେବାରୁ ଫୁଲବାଣୀ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି ଥିବା ବେଳେ ବାରମ୍ବାର ଏହି ଅଞ୍ଚଳ ରେ ଦୁର୍ଘଟଣା ଘଟୁଥିବାରୁ ଅଞ୍ଚଳ ବାସୀ ଘଟଣା ସ୍ଥଳରେ ପହଂଚି କ୍ଷତି ପୂରଣ ଦାବୀ କରିବା ସହ ତିନି ଘଣ୍ଟା ଧରି ରାସ୍ତା ରୋକ କରିବାରୁ ଉଭୟ ପଟେ ଯାତାୟତ ବାଧାପ୍ରାପ୍ତ ହୋଇ ଥିଲା l ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ପହଂଚି ଲୋକଙ୍କୁ ବୁଝା ସୁଝା କଲା ପରେ ରାସ୍ତା ରୋକ ହଟିବା ସହ ଶବ ଗୁଡିକୁ ବ୍ୟବଛେଦ ପାଇଁ ଫୁଲବାଣୀ ପଠାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ