ଧାମନଗରରେ ପୁଣି ମହିଳାଙ୍କୁ ଠକି ସୁନା ଲୁଟିଲେ ଚୋର
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) :-ପିତଳ ତମ୍ବା ଓ ସୁନା ଅଳଙ୍କାର ସଫା କରିବା ବୋଲି କହି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଚୋର I ଏମିତି ଏକ ଦୁର୍ସ୍ୟ୍ ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଭଗବାନପୁର ପଞ୍ଚାୟତ ଗୁଆପୋଖରୀ ଗ୍ରାମରେ ଦେଖିବାକୁ ମିଳିଛି I ଏହି ଗ୍ରାମର ହୃଷିକେଶ ରାଉତଙ୍କ ଘରେ ଥିବା ତାଙ୍କ ବଡ଼ ଓ ମଝିଆ ବହୁକୁ ଜଣେ ଯୁବକ ପିତ୍ତଳ, ତମ୍ବା ଓ ସୁନା ସଫା କରିବା ପାଇଁ କହିଥିଲେ ଘର ର ବାହାରେ ବାଇକ ରଖି ଯୁବକ ଜଣକ ଘର ଭିତରେ ସମସ୍ତ ଅଳଙ୍କାର ସଫା କରିବା ପାଇଁ କହିଥିଲେ କିଛି ସମୟ ପରେ ତମ୍ବା ଓ ପିତ୍ତଳ ସଫା କରିବା ପରେ ସୁନା ଅଳଙ୍କାର ମାଗିଥିଲେ I ହୃଷିକେଶ ବାବୁଙ୍କ ବହୁ ଅଳଙ୍କାର ଆଣିଦେବା ପରେ, ସେ ସୁନା ଅଳଙ୍କାର କୁ ଚୋର କୌଶଳ କରି ନିଜ ପାଖରେ ରଖି ଥିଲା I ତେବେ ଘର ର ପୁରୁଷ ସଦସ୍ୟ ଏହି ବିଷୟ ରେ ଜାଣିବା ପରେ ସଫା କରାଯାଉଥିବା ପାତ୍ର କୁ ଦେଖିବାରୁ ସେ ଅଳଙ୍କାର ସେଥିରେ ନ ଥିଲା ଏବଂ ସେ ବ୍ୟକ୍ତି ଉକ୍ତ ସ୍ଥାନରୁ ପଳାଇ ଯାଇଥିବା ଦେଖିଥିଲେ I


