ଟ୍ରଲରରେ ଧକ୍କାରେ ବାଇକ୍ ଆରୋହୀ ମୃତ
ଯୋଡା, (ସମୀର କୁମାର ଦାସ):ଯୋଡା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ର କାରଣ ସାହି ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରଲରକୁ ଏକ ବାଇକ ଧକ୍କା ଦେବା ଫଳରେ ବାଇକ୍ ଆରୋହୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ବେଳେ ବାଇକ୍ ନଂ ଓଆର ୦୯ କେ ୫୩୨୮ ଯୋଗେ ସୁରେନ୍ ସିଙ୍କୁ ନାମକ ଯୁବକ ରିମୁଳିରୁ ଯୋଡା ଅଭିମୁଖେ ଆସୁଥିବା ବେଳେ ଏକ ଟ୍ରଲର ନଂ ଜେଏଚ ୦୨ ବି କେ ୪୧୧୫ କୁ ପଛପଟୁ ଧକ୍କା ଦେଇଥିଲା ।ଫଳରେ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ ।ତାଙ୍କୁ ନିକଟସ୍ତ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଵାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଖବର ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରଲରକୁ ଜବତ କରିବା ସହିତ ଚାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରି ଥିବା ସୂଚନା ମିଳିଛି । ଦିନକୁ ଦିନ ଜାତୀୟ ରାଜପଥ ଅସୁରକ୍ଷିତ ହେବାରେ ଲାଗିଛି l ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି ରାସ୍ତାରେ l ଏଥିପାଇଁ କୌଣସି କଟକଣା ହୋଇପାରୁନାହିଁ l ରାଜପଥ ଉପରେ ବଡ଼ବଡ଼ ଟ୍ରଲର ଘଣ୍ଟା ଘଣ୍ଟା ଧରି ଛିଡ଼ାହୋଇ ରହୁଛି, ଯାହା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟୁଛି l