ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଜାଲକଣା ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ସାନ ଝିଅ ଦଶମ ଶ୍ରେଣୀର ଛାତ୍ରୀ କୁମାରୀ ସ୍ମୃତିରେଖା ପ୍ରଧାନ ଗତ କିଛି ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅଛନ୍ତି । ଏସମ୍ପର୍କରେ ଖବର ପାଇବା ପରେ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ପୃଷ୍ଟପୋଷକ ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ତାଙ୍କ ଜାଲକଣାସ୍ଥିତ ବାସଭବନରେ ପହଞ୍ଚି ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରିବା ସହିତ ସହୃଦୟ ବ୍ୟକ୍ତିମାନେ ସେହି ପିଲାଟିକୁ ସହଯୋଗର ହାତ ବଢାଇବାକୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ରତ୍ନାକର ରାଉତରାୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ