ଟ୍ରାଏଲ୍ ସଫଳ, ଅକ୍ଟୋବର ୩ରୁ ଗଡ଼ିବ “ବନ୍ଦେ ଭାରତ ଏକ୍ସପ୍ରେସ୍’
ନୂଆଦିଲ୍ଲୀ: ନୂଆ ଇଞ୍ଜିନବିହୀନ ତଥା ସେମି ହାଇସ୍ପିଡ୍ ଟ୍ରେନ୍ “ବନ୍ଦେ ଭାରତ୍’ ଏକ୍ସପ୍ରେସ୍ ବା ଟ୍ରେନ୍ ୧୮ ଅକ୍ଟୋବର ୩ରୁ ଉଦ୍ଘାଟନୀ ଯାତ୍ରା ଆରମ୍ଭ କରିବ । ଶନିବାର ଏହାର ଟ୍ରାଏଲ୍ ସଫଳ ହାଇଥିବାରୁ ଏହା ୩ ତାରିଖରୁ ନୂଆଦିଲ୍ଲୀରୁ ଶ୍ରୀ ବୈଷ୍ଣା ଦେବୀ କଟ୍ରା ଯାତ୍ରା କରିବ । ୧୨ ଘଣ୍ଟା ବା ଅଧିକ ସମୟ ବଦଳରେ ବର୍ତ୍ତମାନ ଲୋକେ ଦିଲ୍ଲୀରୁ କଟ୍ରା ୮ ଘଣ୍ଟାରେ ପହଞ୍ଚିପାରିବେ । ଏପରିକି ଶତାବ୍ଦୀ ତୁଳନାରେ ଗୋଟିଏ ଘଣ୍ଟା କମ୍ରେ ଦିଲ୍ଲୀରୁ ରାଜଧାନୀ ନୂଆଦିଲ୍ଲୀ ବା ଏନ୍ସିଆର ପହଞ୍ଚିପାରିବେ ।ଏହି ଟ୍ରେନ୍ କଟ୍ରାରେ ୯.୧୯ରେ ପହଞ୍ଚି ୯.୨୧ରେ ଛାଡ଼ିଥିଲା । ଏହା ପୂର୍ବରୁ ୨ ମିନିଟ୍ ପାଇଁ ଅଟକିଥିଲା । ଏହି ଯାତ୍ରା ପୂର୍ବନୁମାନ ଅନୁଯାୟୀ ସଫଳ ହୋଇଥିଲା । ଏଥିରେ ପାଇଲଟ୍ ଏବଂ ଗାର୍ଡଙ୍କ ବ୍ୟତୀତ ମେକାନିକାଲ ଡିପାର୍ଟମେଣ୍ଟରୁ ୧୫ ଜଣ ଯାତ୍ରା କରିଥିଲେ ।ଷ୍ଟେସନ୍ ଡାଇରେକ୍ଟର ତରୁଣ କୁମାରଙ୍କ କହିବା ଅନୁଯାୟୀ, ଆଜି ଟ୍ରାଏଲରେ ଏହା ୧୮୦ କିମି ପ୍ରତି ଘଣ୍ଟା ଯାଏ ବେଗରେ ଯାତ୍ରା କରିଥିଲା । ତେବେ ଏହାକୁ ୧୬୦ କିମି ପ୍ରତି ଘଣ୍ଟା ପାଇଁ ଅନୁମତି ମିଳିଛି । ଟ୍ରାକର ସ୍ଥିତି, ଟ୍ରାକର୨ ପଟେ ବ୍ୟାରିକେଡ୍ ଏବଂ ଅନ୍ୟ କିଛି ଫ୍ୟାକ୍ଟରକୁ ଯାଞ୍ଚ କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ପ୍ରାଥମିକ ଅବସ୍ଥାରେ ଲାକ ଓ ଗାଇଗାରୁ ଚଳାଚଳକୁ ଲକ୍ଷ୍ୟ ରଖି ଘଣ୍ଟା ପ୍ରତି ୧୩୦ କିମି ବେଗରେ ଗତି କରିବ ।