ମଧ୍ୟପ୍ରଦେଶ ସେକ୍ସ ସ୍କାମ୍: ଲିପ୍ଷ୍ଟିକ୍ ଏବଂ ଚଷମାରେ ଲାଗିଥିଲା କ୍ୟାମେରା
ଭୋପାଲ: ଚଳିତ ମାସ ମଧ୍ୟଭାଗରେ ହନିଟ୍ରାପ୍ ଏବଂ ବ୍ଲାକମେଲର ଖୁଲାସା ହେବାପରେ ବଡ଼ ବଡ଼ ତଥ୍ୟ ସାମ୍ନାକୁ ଆସୁଛି । ଅଭିଯୁକ୍ତ ଯୁବତୀମାନେ ଲିପଷ୍ଟିକ୍ ଏବଂ ଚଷମାରେ ସ୍ପାଇ କ୍ୟାମେରା ଲଗାଇଥିଲେ ବୋଲ ପୁଲିସ୍ ସୂତ୍ରରୁ ଜଣାପଡ଼ିଛି ।
ସେପ୍ଟେମ୍ବର ୧୮ ଏବଂ ୧୯ରେ ଇନ୍ଦୋର ଏବଂ ଭୋପାଲରୁ ୫ ଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରାଯିବା ପରେ ଏହି ତଥ୍ୟ ମିଳିଛି । ଏହା ପୂର୍ବରୁ ଜଣେ ମ୍ୟୁନିସିପାଲ ଇଞ୍ଜିନିୟର ଅଭିଯାଗ ଆଣିଥିଲେ ତାଙ୍କର ଭିଡିଓ ଶୁଟିଂ କରି ବ୍ଲାକମେଲ କରାଯାଉଛି । ତାଙ୍କୁ ଏହି ସବୁ ଭିଡିଓ ବଳରେ ୩ କୋଟି ଟଙ୍କା ଦାବି କରାଯାଉଥିଲା ବୋଲି ସେ କହିଥିଲେ । ଏହାପରେ ଏହି ରାକେଟର ଖୁଲାସା ହୋଇଥିଲା । ଅଭିଯୁକ୍ତଙ୍କଠାରୁ ସ୍ପାଇ କ୍ୟାମେରା ଜବତ କରାଯାଇଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସ୍ପଷ୍ଟ କରିସାରିଛନ୍ତି । ତେବେ ଏହାର ଟେକ୍ନୋଲାଜି ବାବଦରେ ଏବଂ ଅନ୍ୟ କିଛି ତଥ୍ୟ ସେ ଶେୟାର କରିନାହାନ୍ତି । ଅଭିଯାଗ ଆସିଛି ବେଶ୍ କିଛି ଏଭଳି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି । ତେବେ ଅଧିକାଂଶ ମର୍ଫଡ୍ ଭିଡିଓ ବାଲି କୁହାଯାଉଛି ।


