ଟ୍ରାକ୍ଟରକୁ ପିଟିଲା ବସ୍ ଦୁଇ ଚାଳକ ଗୁରୁତର

ବୋଲଗଡ଼ (ଯୁଗାବ୍ଦ ନ୍ୟୁଜ୍):: ୫୭ନଂ ଜାତୀୟ ରାଜପଥର ବୋଲଗଡ଼ଠାରେ ସୋମବାର ସକାଳ ୭ରେ ଟ୍ରାକ୍ଟର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ସଡ଼କ ଦୁର୍ଘଟଣା ଘଟିଛି । ପ୍ରକାଶ ଯେ, ବୋଲଗଡ଼ ନିକଟସ୍ଥ ଚୁଡା ଗ୍ରାମର ଏକ ଟ୍ରାକ୍ଟର (ଓଆର ୨୫ଏ ୯୯୯୬) ପଥର କୁଆଁରିରୁ ଚିପ୍ସ ବୋଝେଇ କରି ବୋଲଗଡ଼ ଆଡ଼କୁ ଆସୁଥିଲା । ରାଜପଥ କଡ଼ରେ ଥିବା ରାଧାଗୋବିନ୍ଦ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରାକ୍ଟର ପାଇଥିବାବେଳେ ବିପରୀତ ଦିଗରୁ ଦଶପଲ୍ଲାରୁ ଏକ ବସ୍ (ଓଡି ୨୫ଏ ୯୨୦୭) ବୋଲଗଡ ଷ୍ଟପେଜରୁ କିଛି ଯାତ୍ରୀ ଉଠାଇ ଦ୍ରୁତଗତିରେ ଭୁବନେଶ୍ୱର ଯାଉଥିଲା । ମାତ୍ର କୌଣସିକାରଣ ବଶତଃ ବସ୍ ଚାଳକ ନିୟନ୍ତ୍ରଣ ହରାଇ ଟ୍ରାକ୍ଟରକୁ ଧକ୍କା ଦେବାରୁ ଟ୍ରାକ୍ଟରର ସମ୍ମୁଖ ଭାଗ ଖଣ୍ଡ ବିଖଣ୍ଡିତ ହେବାସହ ପଛଭାଗ ସମ୍ପୁର୍ଣ୍ଣ ବିଚ୍ୟୁତ ହୋଇଯାଇଥିଲା । ଟ୍ରାକ୍ଟର ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଘଟଣାସ୍ଥଳରୁ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷେ ବସ୍ର ଅନେକ ମହିଳା ଓ ପୁରୀଷ ଯାତ୍ରୀ ଆହତ ହୋଇ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଯାଇଛନ୍ତି । ଜଣେ ମାତ୍ର ଗୁରୁତର ଯାତ୍ରୀଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଦୁର୍ଘଟଣା ଘଟାଇଥିବା ବସ୍ ଚାଳକ ଗୁରୁତର ଥିବାରୁ ତାଙ୍କ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ବସ୍ ଚାଳକ ନିରଞ୍ଜନ ପ୍ରଧାନ(୩୯)ଙ୍କ ଘର ଦଶପଲ୍ଲା ଅଞ୍ଚଳ ପଥୁରିଆ ଗ୍ରାମ ଏବଂ ଟ୍ରାକ୍ଟର ଚାଳକ ବୋଲଗଡ ନିକଟ ଡାବରଧୁଆ ପାଟଣା ପଞ୍ଚାୟତର ରୋଳସିଂହ ଗ୍ରାମର ଅଜୟ ଜେନାଙ୍କ ପୁଅ ସଦାଶିବ ଜେନା (୪୦)ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟଣାଇଥିବା ବସ୍କୁ ଜବତ କରି ଥାନାକୁ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ