ଟ୍ରାକ୍ଟର ଓଲଟି ଜଣେ ମୃତ, ୬ ଶ୍ରମିକ ଆହତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଡମ୍ବଗୁଡା ଗାଁ ନିକଟରେ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଡାଲାରେ ଚାପି ହୋଇ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି । ମୃତ ଜଣକ ହେଲେ, ଗଂଜାମ ଜିଲ୍ଲା ବଡଗଡ଼ ଥାନା ନୂଆଗାଁର କାଁହୁ ପ୍ରଧାନ । ସ୍ଥାନୀୟ ଲୋକେ ଉଦ୍ଧାର କରି ଆହତଙ୍କୁ ମୋହନା ମେଡିକାର ଭର୍ତି କରିଛନ୍ତି । ଗଂଜାମରୁ ଶ୍ରମିକମାନେ ଡମ୍ବଗୁଡା ଗାଁରେ ପଥର ପାଚେରୀ କାମ ପାଇଁ ଆସିଥିଲେ । ଆଜି ପୂର୍ବନ୍ହ ସମୟରେ ଶ୍ରମିକମାନେ ଅଡ଼ବାକୁ କିଛି ଜିନିଷ କିଣିବା ପାଇଁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପୋଲିସ ପହଂଛି ଶବ ଜବତ କରି ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ