ଟ୍ରାକ୍ଟର କ୍ରୟ କାରୀଙ୍କ ପାଇଁ ଲାଟେରୀ ଉଠାଣ କାର୍ଯ୍ୟକ୍ରମ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ଟ୍ରାକ୍ଟର କ୍ରୟ କରିଥିବା ସମସ୍ତଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସୋନାଲିକା ଏଣ୍ଟରପ୍ରାଇଜର୍ସ ଦ୍ୱାରା କରାଯାଇଛି। ମାଲକାନଗିରି ସଦର ରେ ଥିବା ସୋନାଲିକା ଏଣ୍ଟରପ୍ରାଇଜର୍ସ ୨୦୨୪ ମସିହା ଅଗଷ୍ଟ ମାସ ଠାରୁ ୨୦୨୫ ମସିହା ମଇ ମାସ ମଧ୍ୟରେ ଟ୍ରାକ୍ଟର ବିକ୍ରୀକୁ ନେଇ ସମସ୍ତ ଚାଷୀ ମାନଙ୍କୁ ନେଇ ଆଜି ଏକ ଲାଟେରୀ ଉଠାଣ କାର୍ଯ୍ୟକ୍ରମ ଜୟପୁରିଆ ଗୁଡା ସୋରୁମ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କ୍ଷେତ୍ର ପରିଚାଳକ ସୁନିତ ଦେ, ଉପ-କ୍ଷେତ୍ର ପରିଚାଳକ ଚୟନ ମୈତି ଉପସ୍ଥିତ ଥିଲେ। କ୍ଷେତ୍ର ପରିଚାଳକ ଶ୍ରୀ ଦେ ଚାଷୀ ମାନଙ୍କୁ ଟ୍ରାକ୍ଟରର ଉପକାରୀତା ଓ ବିକ୍ରି ସମ୍ୱନ୍ଧରେ ବୁଝାଇବା ସହ ସେମାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସମୁଦାୟ ୬୨ ଜଣ କ୍ରୟ କରିଥିବା ଚାଷୀଙ୍କୁ ବିଭିନ୍ନ ପ୍ରକାର ଟିଭି, ଫ୍ରିଜ, ୱାସିଂମେସିନ, ଟେବୁଲ ଫେନ, ଗ୍ରାଇଁଣ୍ଡର, ହାତଘଣ୍ଟା ଓ ସାଉଣ୍ଡ ସିଷ୍ଟମ କୁ ବାଧ୍ୟତା ମୂଳକ ଭାବେ ଦେଇ ଚାଷୀମାନଙ୍କୁ ଉତ୍ସାହିତ କରି ସମସ୍ତଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ଧନଲଷ୍ମୀ ଇଣ୍ଟରପ୍ରାଇଜର୍ସ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ସୋନାଲିକା କମ୍ପାନୀର କ୍ଷେତ୍ରାଧିକାରୀ ବିକାଶ ବରାଳ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।