ଟ୍ରାକ୍ଟର ଧକ୍କାରେ ଜଣେ ମୃତ
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ତାରସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମର ନଦୀ ହୁଡ଼ା ରାସ୍ତାକାମ ଚାଲିଥିବାବେଳେ ଟ୍ରାକଟର ଧକ୍କାରେ ଜଣେ ମୃତ୍ୟୁବରଣ କରିଛନ୍ତି । ସୁଚନାନୁସାରେ , ବୁଗୁଡ଼ା ନିକଟ ରାମାଣ୍ଡା ଗ୍ରାମର ୫୨ ବର୍ଷିୟ ପ୍ରକାଶ ଚନ୍ଦ୍ର ରଣା ବୋଲି ଜଣାପଡିଛି । ଖବର ପାଇ ତାରସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେଶ ନମ୍ବର ୧୮୭/୧୯ ରେ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଛି ।


