ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗୁରୁବାର ଅପରାହ୍ନରେ ହିଞ୍ଜିଳି ଥାନା ଦୁର୍ବନ୍ଧ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ସୋରଡ଼ା ଥାନା ଜୟସିଂ ଗ୍ରାମର ସନ୍ତୋଷ ସାହୁ (୪୨) । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।‌ ଟ୍ରାକ୍ଟର ଚାଳକ ସମେତ ଦୂର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବାଇକ୍ କୁ ଥାନାକୁ ଆଣି ପୁଲିସ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଗୁରୁବାର ଯୁବକ ଜଣଙ୍କ ନିମଖଣ୍ଡି ଥାନା ଝାଡାଙ୍କୁଲି ଗ୍ରାମରୁ ଭୋଜି ଖାଇ ବାଇକ୍ ଯୋଗେ ଗ୍ରାମକୁ ଫେରୁଥିଲେ । ଦୁର୍ବନ୍ଧ ଛକ ନିକଟରେ ରାସ୍ତା ପ୍ବାର୍ଶରେ ବାଇକ୍ କୁ ରଖି ବାଇକରୁ ଓହ୍ଲାଇ ଥିବା ବେଳେ ଏକ ଟ୍ରାକ୍ଟର (ଓଡି୦୭ଆର ୬୯୩୮) ଦୃତ ଗତିରେ ଆସି ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ସନ୍ତୋଷ ରାସ୍ତା ପ୍ବାର୍ଶକୁ ଖସିପଡି ଗୁରୁତର ଆହତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ