ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟରେ ପ୍ରଦର୍ଶିତ ହେଲା ହେଲ୍ପଲାଇନ୍‍ ନମ୍ବର

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟର କାନ୍ଥରେ ମହିଳା ସହାୟତା ନମ୍ବର ପ୍ରଦର୍ଶିତ ହେବା ସହ ବିଦ୍ୟାର୍ଥୀମାନଙ୍କୁ ନେଇ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଜଣାପଡିଛି । କର୍ମକ୍ଷେତ୍ରରେ ମହିଳା, ଛାତ୍ରୀ ଓ ବିଦ୍ୟାର୍ଥୀଙ୍କ ସହ ଯୌନ ଉତ୍ପୀଡନ (ନିବାରଣ, ନିଷେଧ, ପ୍ରତିକାର) ଅଧିନିୟମ ୨୦୧୩ ମୁତାବକ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ କଡାକଡି ଭାବେ ଯେପରି ପାଳନ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କ ମାନସିକ ଓ ଶାରୀରିକ ବିକାଶ ସାଙ୍ଗକୁ ସେମାନଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ୍‍ ସମାଧନ ପାଇଁ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଛି । ଏହି କମିଟିର ପ୍ରିଜାଇଡିିଂ ଅଫିସର ରୂପେ ଅଧ୍ୟାପିକା ଶ୍ରୀମତୀ କବିତା କୁମାରୀ ଦାଶ ରହିଥିଲା ବେଳେ ସଦସ୍ୟ ରୂପେ ଅଧ୍ୟାପକ ସନାତନ ପଣ୍ଡା, ଅଧ୍ୟାପକ ବାବାନାଥ ମିଶ୍ର, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଆସିକା ପ୍ରେସକ୍ଳବର ସଭାପତି ସତ୍ୟନାରାୟଣ ରଥ, କଲେଜର ଛାତ୍ରୀ ବନିତା ବିଷୋୟୀ ଓ ଏମ୍‍.ପାୱନୀ ରାଓ ରହିଥିବା ଜଣାପଡିଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଆଭନ୍ତରୀଣ ଅଭିଯୋଗ କମିଟିର ପ୍ରିଜାଇଡିଂ ଅଫିସର ଅଧ୍ୟାପିକା କବିତା କୁମାରୀ ଦାଶ, ଅଧ୍ୟାପକ ସନାତନ ପଣ୍ଡା, ବାବାନାଥ ମିଶ୍ର ପ୍ରମୁଖ କାର୍ଯ୍ୟକ୍ଷେତ୍ରରେ ମହିଳା ଓ ଛାତ୍ରୀମାନଙ୍କୁ ଯୌନ ଉତ୍ପୀଡନର ନିବାରଣ ଓ ପ୍ରତିକାର ସଂପର୍କରେ କେନ୍ଦ୍ର ସରକାର, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି), ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଉପରେ ବିଦ୍ୟାର୍ଥୀମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ