ଟ୍ରାକ୍ଟର ସହ କାର ଧକ୍କାରେ ଓଲଟିଲା ଟ୍ରାକ୍ଟର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗୋଷାଣୀ ବ୍ଲକ ଅନ୍ତର୍ଗତ ଢାମୁଣି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଲିଛି । ଟ୍ରାକ୍ଟର ସହ କାର ଧକ୍କାରେ ଓଲଟିଲା ଟ୍ରାକ୍ଟର, ଟ୍ରରାକ୍ଟର ରେ ବସିଥିବା ତିନି ଜଣ ବ୍ୟକ୍ତି ଆହାତ ହୋଇଥିବା ସୂଚନା ମିଳିଛି।ସେମାନଙ୍କ ମଧ୍ୟରୁ ଗାଡି ଚାଳକ ଗୁରୁତ୍ୱର ରହିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଅନ୍ୟପଟେ କାରଟି ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ଯାଉଥିବା ବେଳେ କାରଟି ଚୁରମାର ହୋଇଛି କିନ୍ତୁ କାରର ବେଲୁନ ପ୍ରକ୍ରିୟା କାମ କରିବା ଯୋଗୁଁ କାର ଡ୍ରାଇଭାର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।