ଟ୍ରାକ୍ଟର ସହ ବାଇକ ଧକ୍କା, ବାଇକ ଚାଳକ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ନିକଟରେ ଟ୍ରାକ୍ଟର ସହ ବାଇକ ଧକ୍କା ଫଳରେ ଘଟଣା ସ୍ଥଳରେ ବାଇକ ଅରୋହି ମୃତ୍ୟୁ ଘଟିଥିବାର ଜଣାପଡିଛି । ସୂଚନା ଅନୁଯାୟୀ ବାଇକ ଅରୋହି ଜଣକ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଥାନା ଅନ୍ତର୍ଗତ ଶ୍ରୀୟାଖଣ୍ଡି ଗ୍ରାମର କେ. ପ୍ରସାଦ(୩୦) ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଏପି-୩୦-ଏଏମ୍ ୫୪୬୩ ନମ୍ବର ବାଇକରେ ଶ୍ରୀୟାଖଣ୍ଡି ଠାରୁ ପାରଳାଖେମୁଣ୍ଡି ଦେଇ ଉପଲଡା ନିଜ ଶାଶୁ ଘରକୁ ଯାଇଥିଲେ । ଫେରିବା ସମୟରେ ଏକ ଟ୍ରାକ୍ଟର (ଓଡି-୨୦ ୬୬୩୮ )ସହ ଧକ୍କା ହୋଇଥିବା ଯୋଗୁଁ ଘଟଣା ସ୍ଥଳରେ ବ୍ୟକ୍ତି ଜଣକ ମୃତ୍ୟ ଘଟିଛି । ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନା ପଠାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର । ଏ ନେଇ ଗୁରାଣ୍ଡି ଥାନାରେ ୪୫/୨୨ ଏକ କେସ ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ