ଟ୍ରାନ୍ସଜେଣ୍ଡର ଙ୍କ ଅଧିକାର ଉପରେ ଆଇନ ସଚେତନତା ଶିବିର

କୋରାପୁଟ (ହେମନ୍ତ ପାଣଗ୍ରାହୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଜି ଗଡପଦର ଗ୍ରାମପଞ୍ଚାୟତ ଡମପଡା ଗ୍ରାମରେ ଟ୍ରାନ୍ସଜେଣ୍ଡର ଅଧିକାର ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ସୁପ୍ରିମକୋର୍ଟ ବିଦିକ୍ ଅନୁବାଦ୍ ସଫ୍ଟୱେର୍) କୁ ବ୍ୟବହାର କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଇଂରାଜୀରୁ ଆଞ୍ଚଳିକ ଭାଷାକୁ ଅନୁବାଦ ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବାପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀ ସୁମନ ଜେନା ଯୋଗଦେଇ ଶିବିରରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ କହିଥିଲେ ଯେ ଟ୍ରାନ୍ସଜେଣ୍ଡର ମାନଙ୍କ ଅଧିକାର ଯେପରିକି ଜନ୍ମ ପ୍ରମାଣପତ୍ର ପରି ସରକାରୀ ଦଲିଲରେ ସେମାନଙ୍କର ଲିଙ୍ଗ ପରିଚୟକୁ ଆଇନଗତ ଭାବରେ ପରିବର୍ତ୍ତନ କରିବାର ଅଧିକାର, ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ସମାନ ଘରେ ରହିବାର ଏବଂ ଭେଦଭାବ ନକରି ଘରର ସୁବିଧା ବ୍ୟବହାର କରିବାର ଅଧିକାର, ନିଯୁକ୍ତି ଏବଂ ପଦୋନ୍ନତି ସହିତ ଚାକିରିରେ ଭେଦଭାବରୁ ମୁକ୍ତ ହେବାର ଅଧିକାର, ଅନ୍ତର୍ଭୂକ୍ତ ଶିକ୍ଷା, କ୍ରୀଡା, ଏବଂ ମନୋରଞ୍ଜନ ସୁବିଧା ପାଇବାର ଅଧିକାର ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ଏହି ଶିବରିଟିକୁ ଆୟୋଜନ କରିଥିଲେ ପାରାଲିଗାଲ ସ୍ବେଚ୍ଛାସେବୀ ଶ୍ରୀମତି ମହାଲକ୍ଷ୍ମୀ ପଣ୍ଡା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ