ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ମଣ୍ଡି ପରିଦର୍ଶନ
କୋରାପୁଟ,(ହେମନ୍ତ ପାଣଗ୍ରାହୀ):ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଆଜି କୋରାପୁଟ ଜିଲ୍ଲା ଗସ୍ତ ରେ ଆସିଛନ୍ତି । ସେ ପ୍ରଥମେ ଜୟପୂର ନିୟନ୍ତ୍ରିତ ବଜାର ନିକଟରେ ଥିବା ମଣ୍ଡିକୁ ପରିଦର୍ଶନ କରି ଚାଷୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥା କୁ ନେଇ ଶ୍ରୀ ସାହୁ ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଅବଗତ କରାଇବି ବୋଲି କହିଛନ୍ତି। ଚଳିତ ବର୍ଷ ଖରିଫ ଋତୁରେ ଧାନ ମଣ୍ଡିରେ ସୂଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। ଗତ ବିଧାନସଭା ସାଧାରଣ ନିର୍ବାଚନରେ ବିଜେପି ଇସ୍ତାହାର ପତ୍ରରେ ଘୋଷଣା କରିଥିଲେ ଯେ ରାଜ୍ୟ ରେ ବିଜେପି ସରକାରକୁ ଆସିଲେ ଧାନ କୁଇଁଟଲ୍ ପିଛା ୩୧୦୦ ଟଙ୍କା ଦିଆଯିବ। ଓଡ଼ିଶାର ଜନତାଙ୍କ ଆଶିର୍ବାଦ ରେ ବର୍ତ୍ତମାନ ବିଜେପି ଶାସନ ଗାଦିରେ ବସିଛି। ଚାଷୀମାନଙ୍କ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଯାଇଛି। ରାଜ୍ୟ ବିଜେପି ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚାଷୀମାନଙ୍କ ଚଳିତ ବର୍ଷର ଧାନମଣ୍ତି ଗୁଡିକୁ ବିଜେପି କୃଷକ ମୋର୍ଚ୍ଚା ସଦସ୍ୟମାନଙ୍କ ଦ୍ବାରା ଧାନ ସଂଗ୍ରହ କରାଯାଇ ମିଲର୍ସ ମାନଙ୍କୁ ପ୍ରଦାନ କରାଯିବାକୁ ନିର୍ଦ୍ଧେଶ ଦେଇଥିଲେ। ଯାହା ଫଳରେ ମଣ୍ଡି ରେ ଯେପରି ଦୁର୍ନୀତି ନହୋଇ ଚାଷୀମାନେ ସେମାନଙ୍କ ଧାନର ଉପଯୁକ୍ତ ମୂଲ୍ୟ ପାଇ ପାରିବେ, ଏଥିପାଇଁ ମଣ୍ତିକୁ ଜଗି ରହିବେ ବିଜେପି କୃଷକ ମୋର୍ଚ୍ଚା। ବର୍ତ୍ତମାନ ମଣ୍ତିରେ ଯଦି କୌଣସି ପ୍ରକାରର ଦୁର୍ନିତି ହୁଏ ଏବଂ କଟନି ଛଟନି ପ୍ରକ୍ରିୟା ବନ୍ଦ କରାନଯିବ କିମ୍ବା ଚାଷୀ ଠକାମିର ଶିକାର ହୁଅନ୍ତି ତେବେ କୃଷକ ମୋର୍ଚ୍ଚା ପକ୍ଷରୁ ଅସାଧୁ କାରବାରରେ ସମ୍ପୃକ୍ତ ଥିବା ଅଫିସର୍ ଏବଂ ଅସାଧୁ ବ୍ୟକ୍ତିମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଚେତାବନୀ ଦେଇଛନ୍ତି। କୃଷି ଓ କୃଷକର ବିକାଶ ପାଇଁ ବିଜେପି ସରକାର କାର୍ଯ୍ୟ କରୁଛି। ଧାନ କିଣା ପ୍ରସଙ୍ଗକୁ ସରକାର ମିଲର ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ମିଲର ମାନେ ସିଧା ସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ। କେବଳ ସରକାରଙ୍କ ଦ୍ବାରା ସ୍ଥିରୀକୃତ ମଣ୍ତିରୁ ଧାର୍ଯ୍ୟ ଦରରେ ଧାନ କିଣିବେ। ଏହାସହ ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲକୁ ସିଲ କରାଯାଇ ମିଲ କୁ କଳା ତାଲିକାଭୁକ୍ତ କରାଯିବ। ଯେପରି ସେ ମିଲର ଆଉ ବେପାର କରିପାରିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି। ଏହି ମଣ୍ଡି ପରିଦର୍ଶନ ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ବିପଦ ଭଞ୍ଜନ ଦାସ,କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ରଥ,ରାଜ୍ୟ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଜୟପୁର ମଣ୍ଡଳ ସଭାପତି ରାଧେଶ୍ୟାମ ପରିଡ଼ା,ସୁଦର୍ଶନ ବିଶ୍ଵାଳ,ମୋହନ ମାଝି, ଟଙ୍କ, ପ୍ରମୁଖ ଉପସ୍ଥିତ ଥିଲେ।


