ଟ୍ରାଫିକ ଫାଇନ କମିବା ନେଇ ପରିବହନ ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ ହଠାତ୍ ୨୦୧୯ ନୂତନ ମୋଟର ଯାନ ଆଇନ ଆକ୍ଟ କାର୍ଯ୍ୟକାରୀ ଅନୁଯାୟୀ ଯେଉଁ ମାନେ ବିନା ହେଲମେଟରେ ଗାଡି ଚାଳନା କରୁଥିଲେ ,ଗାଡିରେ ୩ ଜଣ ବସି ଯାତ୍ରା କରୁଥିଲେ,ମଦ୍ୟପାନ କରି ଗାଡି ଚାଳନା କରୁଥିଲେ ,ଗାଡି ଚଳାଇବା ବେଳେ ଫୋନରେ କଥାବାର୍ତ୍ତା ହେଉଥିବା ବେଳେ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦୟ କରାଯାଉଥିଲା । ଗତ କିଛି ଦିନ ମଧ୍ୟରେ ଆକ୍ଟ ଅନୁଯାୟୀ ଯେଉଁ ମାନେ ନିୟମକୁ ଉଲ୍ଲଂଘନ କରୁଥିଲେ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଇଥିଲା । କିଛି ଦିନ ପରେ ଲୋକ ମାନଙ୍କ ମଧ୍ୟରେ ଉତ୍ୟକ୍ତ ହୋଇ ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହେବା ଫଳରେ ରାଜ୍ୟ ସରକାର ଏହି ନିୟମକୁ ତିନି ମାସ ପର୍ଯ୍ୟନ୍ତ ଆକ୍ଟକୁ କୋହଳ କରିଛନ୍ତି । ରାଜ୍ୟରେ ନୂତନ ମୋଟର ଯାନ ଆକ୍ଟ ଲାଗୁୂହେବା ଫଳରେ ହେଲମେଟ୍ ପିଦ୍ଧି ନଥିଲେ ୧ ହଜାର ଟଙ୍କା ବଦଳରେ ୫ ଶହ ଟଙ୍କା ଜୋରିମାନା ଆଦାୟ କରିବାକୁ ଆଲୋଚନା ଚାଲିଛି । ଦୁଇ ଚକିଆ ଯାନ ପାଇଁ ନିୟମ କୋହଳ କରାଯାଉଥିବା ବେଳେ ୪ ଚକିଆ ଯାନ ପାଇଁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ । ସେହିପରି ଦୁଇ ଚକିଆ ଓ ୪ ଚକିଆ ଯାନ ମଦ୍ୟପାନ କରି ଚାଳନା କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ବୋଲି ପରିବହନ ମନ୍ତ୍ରୀ ଆଲୋଚନା କରୁଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ