ଟ୍ରେନ୍ରେ କଟିଗଲେ ଯୁବକ
ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା-ବଲାଙ୍ଗୀର ଟ୍ରେନ ଲାଇନ୍ର ବୋଲଗଡ ପିଏଚ୍ ଷ୍ଟେସନର ପ୍ରାୟ ୫୦ଫୁଟ ଦୂରରେ ଏକ ଯୁବକର ମୁଣ୍ଡ ଗଡ଼ିଥିବା ଦେଖିବାକୁ ମିଳିଛି । ଶନିବାର ସକାଳୁ ଏହି ଯୁବକର ମୃତ ଦେହ ଦୁଇଖଣ୍ଡ ହୋଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ।
ଘଟଣାରୁ ପ୍ରକାଶ, ବୋଲଗଡ଼ ପାସେଞ୍ଜର ହଲ୍ଟର ନୟାଗଡ ପଟକୁ ପ୍ରାୟ ୫୦ଫୁଟ ଦୂର ରେଳ ଲାଇନରେ କଟି ଏକ ଯୁବକ ଆତ୍ମହତ୍ୟା କରିଛି । ନୟାଗଡ଼ ଉପକଣ୍ଠ ସିନ୍ଦୁରିଆ ଗ୍ରାମର ସୁବାସ ସାହୁଙ୍କ ପୁଅ ଲୋକନାଥ ସାହୁ(୨୦) ଶୁକ୍ରବାର ରାତିରେ ଖୋର୍ଦ୍ଧା ରୋଡରୁ ନୟାଗଡ ଅଭିମୁଖେ ଯାଉଥିବା ଟ୍ରେନରୁ ସଂପୃକ୍ତ ଯୁବକ ବୋଲଗଡ ପାସେଞ୍ଜର ହଲ୍ଟ ଷ୍ଟେସନରୁ ଓହ୍ଲାଇ ସେହି ଟ୍ରେନରେ ମୁଣ୍ଡ ଦେଖାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଶନିବାର ସକାଳୁ ଲୋକନାଥଙ୍କ ମୃତ ଶରୀର ରେଳ ଲାଇନରେ କଟିଯାଇଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସର ହସ୍ତକ୍ଷେପ ପରେ ମୃତ ଯୁବକ ନୟାଗଡ ଜିଲ୍ଲା ସିନ୍ଦୁରିଆ ଗ୍ରାମର ବୋଲି ଜଣାପଡିଥିଲା । ଶବ ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଯାଇଥିବା ପୁଲିସଠାରୁ ସୂଚନା ମିଳିଛି ।