ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ସଂଗଠିତ ଟ୍ରେନ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ବ୍ୟକ୍ତି ଙ୍କ ପାଇଁ ନିମାପଡ଼ା ବ୍ଲକ ଓରପଟ ,ନୂଆଗାଁ ଯୁବକ ସଂଘ ପକ୍ଷରୁ ସମବେଦନା ଜଣାଇବାସହ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।ଚାରିଛକ ଥାନାଧିକାରୀ ମମତା ବିଶ୍ଵାଳ ପ୍ରଥମେ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ନିକଟରେ କ୍ୟାଣ୍ଡେଲ ଲଗାଇଥିଲେ ।ପରେ ଅନୁଷ୍ଠାନର ଚିତ୍ତ ରଞ୍ଜନ ଜେନା ,ସୁଜିତ୍ ଦାସ ,ଜଗବନ୍ଧୁ ପୋଲେଇ କରୁଣାକର କାଣ୍ଡି,ସତ୍ୟଜିତ ଜେନା ,କୃପାସିନ୍ଧୁ ପୋଲେଇ,ଟୁଲୁ ମଲ୍ଲିକ, ଗିରିଜା ପ୍ରସାଦ ସ୍ବାଇଁ,ରାଜ କିଶୋର ମଲ୍ଲିକ ,ତାପସ ମଲ୍ଲିକ ଙ୍କ ନେତୃତ୍ୱରେ ପ୍ରାୟ ୫୦ ରୁ ଉର୍ଦ୍ଧ ଯୁବକ ଏକତ୍ରିତ ହୋଇ ଚାରିଛକ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଠାରୁ ହାତରେ କ୍ୟାଣ୍ଡେଲ ଧରି ଓରପଟ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟକୁ ଯାଇଥିଲେ ।ସେଠାରେ ମୃତକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ