ଟ୍ରେନ ଲାଇନ୍ ରେ କଟି ଜଣେ ଯୁବକ ଙ୍କ ମୃତ୍ୟୁ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): କେସିଙ୍ଗା ଓ କାଣ୍ଡେଲ ରୋଡ଼ ରେଳଷ୍ଟେସନ ମଧ୍ୟବର୍ତ୍ତୀ ସିରୋଲ ଫାଟକର ପାଖାପାଖି ୩୦୦ ମିଟର ଦୁରରେ ଟ୍ରେନ ଲାଇନ୍ ରେ କଟି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସକାଳ ୯ ଟା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ରେଳବାଇ ପୋଲିସ୍ କିମ୍ବା କୌଣସି ଅଧିକାରୀ ପହଞ୍ଚି ନ ଥିବା ବେଳେ , ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ତେବେ ଯୁବକଙ୍କ ବୟସ ପାଖାପାଖି ୩୦ ବର୍ଷ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହା ଆତ୍ମହତ୍ୟା ନା ଆଉ କ’ଣ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।