ଟ୍ରେଡ଼୍ ୱାର୍ ପ୍ରଭାବ ଆମେରିକା ସହିତ ଅଧା ରହିଛି ଚୀନ୍ ବ୍ୟବସାୟ
ନୂସାୟଆଦିଲ୍ଲୀ, (ଏଜେନ୍ସି): ଚୀନ୍ର କଷ୍ଟମ ବିଭାଗ ପକ୍ଷରୁ ଜାରି ଆକଳନ ଅନୁସାରେ ଟ୍ରେଡ଼୍ ୱାର୍ ପରେ ଆମେରିକା ସହିତ ଚଳିତ ଫେବ୍ରୁଆରୀ ସୁଦ୍ଧା ଚୀନ୍ର ବ୍ୟବସାୟ ଜାନୁଆରୀ ତୁଳନାରେ ପାଖାପାଖି ଅଧା ହୋଇଯାଇଛି । ବିଶ୍ୱର ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ଆମେରିକା ଓ ଦ୍ୱିତୀୟ ଅର୍ଥବ୍ୟବସ୍ଥା ଚୀନ୍ ମଧ୍ୟରେ ଜାନୁଆରୀରେ ଯେଉଁଠି ୨୭.୩ଅରବ ଡଲାରର ବ୍ୟବସାୟ ହୋଇଥିବା ବେଳେ ଫେବ୍ରୁଆରୀରେ ଏହା ୧୪.୭ଅରବ ଡଲାର ହିଁ ରହିଛି । ପ୍ରକାଶ ଯେ ବ୍ଲ୍ୟୁମ୍ବର୍ଗ ନ୍ୟୁଜ୍ ପୋଲ୍ ପକ୍ଷରୁ କରାଯାଇଥିବା ସର୍ଭେରେ ବର୍ଷେ ମଧ୍ୟରେ ଚୀନ୍ର ରପ୍ତାନୀରେ ୫% ଆମଦାନୀରେ ୦.୬% ହ୍ରାସ୍ର ସମ୍ଭାବନା ଦର୍ଶାଯାଇଥିଲା । ଏହି ପ୍ରକାରରେ ବାସ୍ତବିକ ଆକଳନ ସର୍ଭେ ଅନୁସାରେ ଅନୁମାନ ଆକଳନ ଠାରୁ ମଧ୍ୟ ଅନେକ ଗୁଣା ଅଧିକ ଆଗକୁ ଯାଇଛି । ଯାହା ଉପରେ ଦେଶରେ କ୍ଷମତା ଦର୍ଶାଯାଇଛି । ଫେବ୍ରୁଆରୀରେ ଉତ୍ପାଦନ କ୍ଷେତ୍ରର ପ୍ରଦର୍ଶନ ୩ବର୍ଷ ମଧ୍ୟରେ ସବୁଠାରୁ ଖରାପ ବୋଲି ଦର୍ଶାଯାଇଛି । ମାନ୍ଦାବସ୍ଥା ମଧ୍ୟରେ ଦେଶର ସଂସଦରେ ପ୍ରସ୍ତୁତ ଏକ ରିପୋର୍ଟରେ ବିକାସ ବୃଦ୍ଧି ହାରର ଲକ୍ଷ୍ୟ ୬.୦ ଠାରୁ ୬.୫% ରଖାଯାଇଥିବା ବେଳେ ଆର୍ôଥକ ବର୍ଷ ୨୦୧୮ରେ ଏହି ଲକ୍ଷ୍ୟ ୬.୬% ଥିଲ । ଚୀନ ସରକାର ମାନ୍ଦାବସ୍ଥାରୁ ଓହରିବା ପାଇଁ ବିଭିନ୍ନ ଉପାୟ ଅଧିନରେ କର ଓ ବିଭିନ୍ନ ଶୁଳ୍କରେ ହ୍ରାସ୍ କରିବାକୁ ଘୋଷଣା କରିଛନ୍ତି । ପ୍ରକାଶ ଯେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ୍ଦାବସ୍ଥା କାରଣରୁ ନିକଟ ଭବିଷ୍ୟତରେ ସୁଧାରର କୌଣସି ସମ୍ଭାବନା ମଧ୍ୟ ନାହିଁ । ଏ.ଏନ୍.ଜେଡ଼୍ ବ୍ୟାଙ୍କ୍ ଅନୁସାରେ ଚଳିତ ବର୍ଷ ପୂର୍ବରୁ ଦୁଇ ମାସରେ ଚୀନର ରପ୍ତାନୀ ୪.୭ ଓ ଆମଦାନୀ ୩.୧% ହ୍ରାସ୍ ପାଇଛି । ୪.୧୨ବିଲିଅନ୍ ଡଲାରରେ ଏହାବ୍ୟତୀତ ଫେବ୍ରୁଆରୀରେ ଚୀନ୍ର ଟ୍ରେଡ଼୍ ବାଲାନ୍ସ ମଧ୍ୟ ଅନୁମାନରୁ ହ୍ରାସ୍ ପାଇ ୪.୧୨ବିଲିଅନ୍ ଡଲାରର ରହିଛି । ଜାନୁଆରୀରେ ଦେଶରେ ଟ୍ରେଡ଼୍ ବାଲାନ୍ସ ୩୯.୧୬ବିଲିଅନ୍ ଡଲାର ରହିଥିଲା । ଆମେରିକା ସହିତ ଚୀନ୍ର ରାଜନୈତିକ ଭାବେ ସମ୍ବେଦନଶୀଳ ଟ୍ରେଡ଼୍ ସରପ୍ଲସ୍ ହ୍ରାସ୍ ପାଇ ୧୪.୭୨ବିଲିଅନ୍ ଡଲାରରେ ରହିଛି । ଯାହାକି ଜାନୁଆରୀରେ ୨୭.୩ବିଲିଅନ୍ ଡଲାରରେ ରହିଥିଲା ।


