ଟ୍ୟାକ୍ସ ଦାଖଲ ନେଇ କିଛି ନୂଆ ନିୟମ ଆଣିଲେ ଆୟକର ବିଭାଗ
ନୂଆଦିଲ୍ଲୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଟ୍ୟାକ୍ସ ଦାଖଲ ନେଇ କିଛି ନୂଆ ନିୟମ ଆଣିଛନ୍ତି ଆୟକର ବିଭାଗ। ଯଦି ଆପଣ ମାନେ ୨୦୧୫-୧୬ ରୁ ୨୦୧୯-୨୦ ମସିହା ଭିତରେ ନିଜ ଆୟକର ଦାଖଲ କରିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ପାଇଁ କିଛିଟା କୋହଳ କରିଛନ୍ତି ଆୟକର ବିଭାଗ । ଆପଣଙ୍କ ପାଖରେ ଇ-ଫାଇଲ ଟ୍ୟାକ୍ସ ଦାଖଲ ନେଇ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଅଛି । ନିର୍ଦ୍ଧାରିତ ସମୟ ଅବଧି ଭିତରେ ଆଇଟିଆର୍-ଭି ଭରିନଥିଲେ ଆଇଟିଆରକୁ “ନନ- ଏଷ୍ଟ ” ଭାବେ ଘୋଷଣା କରାଯିବ । ଏବାବଦରେ ଆୟକର ବିଭାଗ ତରଫରୁ ଘୋଷଣା କରାଯାଇଛିକି, ବିଭାଗ ନିକଟରେ ବର୍ତ୍ତମାନ ସୁଦ୍ଧା ବୈଦ୍ୟୁତିକ ଭାବରେ ଭର୍ତ୍ତି ହୋଇଥିବା ଫର୍ମ ଅନେକ ପରିମାଣରେ ପେଣ୍ଡିଙ୍ଗ ହୋଇ ପଡିଛି । ତେଣୁ କରି ବିଭାଗ ତରଫରୁ ବାଙ୍ଗାଲୋରସ୍ଥିତ ସିପିସି ନିକଟରୁ ଆଇଟିଆର-ବି ଫର୍ମ ପ୍ରାପ୍ତ କରିବା ପାଇଁ କରଦାତା ମାନଙ୍କୁ ନିବେଦନ କରାଯାଉଛି ।