ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଟୟୋଟା ଗ୍ଲାଞ୍ଜାରର ବଜାର ପ୍ରବେଶ ଟୟୋଟା ଗ୍ଲାଞ୍ଜାରର ବଜାର ପ୍ରବେଶ
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଟୟୋଟା ଗ୍ଲାଞ୍ଜାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ଏହାର ବିଭିନ୍ନ ଭ୍ୟାରିଆଂଟ୍ର ମଧ୍ୟରେ ଏହାର ଜି-ଏମ୍ଟି, ଭି-ଏମଟି, ଜି-ସିଭିଟି ଏବଂ ଭି-ସିଭିଟି ମୂଲ୍ୟ ଯଥାକ୍ରମେ ୮,୨୯,୯୦୦ଟଙ୍କା, ୭୨୦, ୯୦୦ ଟଙ୍କା, ୮୯୦,୨୦୦ଟଙ୍କା ଏବଂ ୭୫୮, ୨୦୦ଟଙ୍କା ରହିଛି । ରୁ ୧୪,୦୭,୦୦୦ଟଙ୍କା ରହିଛି । ଏହା ଟୟୋଟାର ଗୁଣବତା, ସ୍ଥାୟୀତ୍ୱ ଓ ବିଶ୍ୱାସନୀୟତାକୁ ପ୍ରତିପାଦିତ କରିବାକୁ ସକ୍ଷମ ହେବ । ଗ୍ଲାଞ୍ଜାର ବିଳାସପୂର୍ଣ୍ର ଆରାମଦାୟକ ଶ୍ରେଣୀର ପ୍ରିମିୟମ କେ-ସିରିଜ୍ ଯାନ ମଧ୍ୟରେ ବିଶେଷ ଆଦୃତି ଲାଭ କରିବାକୁ ସକ୍ଷମ ହେବ । ଏହାର ବୁକିଂ ୨୦୧୯ ଜୁନ୍ ୬ ତାରିଖଠାରୁ ଆରମ୍ଭ ହୋଇଛି । ଏହା କେଫ୍ ହ୍ୱାଇଟ୍, ସ୍ପୋର୍ଟିନ୍ ରେଡ୍, ଇନଷ୍ଟା ବ୍ଲୁ, ଗେମିଂ ଗ୍ରେ, ଇଂଟିସିଂ ସିଲଭର୍ ଆଦି ୫ଟି ରଙ୍ଗରେ ଉପଲବ୍ଧ ହେଉଛି । ଏଥିରେ ୭ ଏସ୍ଆର୍ଏସ୍ ଏୟାର ବ୍ୟାଗ୍, ପାୱାର ଡ୍ରାଇଭ୍ ସିଟ୍, ସମସ୍ତ ୪ ଚକରେ ଡିକ୍ସ୍ ବ୍ରେକ୍, ସମ୍ମୁଖ ଓ ପଛ ପାର୍କିଂ ସେନସର୍, ଆଂଟି ଲକ୍ ବ୍ରେକିଂ ସିଷ୍ଟମ୍, ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍, ଭେଇକିଲ୍ ଷ୍ଟାବିଲିଟି କଂଟ୍ରୋଲ, ଇଲୋକ୍ଟ୍ରେନିକ୍ସ୍ ବ୍ରେକ୍ ଡିଷ୍ଟ୍ରିବ୍ୟୁସନ୍, ରୁଫ୍୍ ମାଉଂଟେଡ୍ ଏୟାର ଭେଂଟ୍, ଟିପିଏମ୍ଏସ୍, ସ୍ପ୍ଲିଟ୍ ରିୟର ସିଟ୍, ଟଚ୍ ସ୍କ୍ରିନ୍ ନାଭିଗେସନ୍, ସିଭିଟି ଏବଂ କ୍ରୁଏଜ୍ କଂଟ୍ରୋଲ ପାଇଁ ପାଡେଲ ସିଫ୍ଟ, ପୁଶ୍ ଷ୍ଟାର୍ଟ, ଏଲଇଡି ଲାଇନ୍ ଗାଇଡ୍ ହେଡ୍ ଲ୍ୟାଭ୍ପ୍, ଏବଂ ଟେଲ୍ ଲ୍ୟାମ୍ପ୍, ପିଆନୋ ବ୍ଲାକ୍ ଆଭ୍ୟନ୍ତରୀଣ, ୱାଟର ଫଲ ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି ।
ଗ୍ଲାଞ୍ଜାର୍ରେ ଡୁଆଲ୍ ଭିଭିଟି ଆଇ ଗ୍ୟାସୋଲିନ୍ ଇଞ୍ଜିନ୍, ୭ସ୍ପିଡ୍ ସିଭିଟି, ୬ ସ୍ପିଡ୍ ଏମ୍ଟି ଆଦି ବୈଶିଷ୍ଟ୍ୟ ରହିଛି । ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ପରିଚାଳନା ନିର୍ଦ୍ଦେଶକ ମାସାକାଜୁ ୟୋସିମୁରା କହିଲେ, “ଗ୍ଲାଞ୍ଜାର ଦେଶବ୍ୟାପି ବେଶ୍ ଆଦୃତି ଲାଭ କରିବାକୁ ସକ୍ଷମ ହେବ । ଏହାର ଗୁଣବତା, ସ୍ଥାୟୀତ୍ୱ ଓ ବିଶ୍ୱାସନୀୟତା ଆଦି ବୈଶିଷ୍ଟ୍ୟ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ ଚରିବ । ଆମେ ଭାରତରରେ ଗ୍ରାହକଙ୍କ ଆବଶ୍ୟକତା ବୁଝି ଉତ୍ପାଦ ପ୍ରସ୍ତୁତ କରିଥାଉ । ଏହି ନୂତନ ଉତ୍ପାଦ ମାଧ୍ୟମରେ ଟୟୋଟା ଗ୍ରାହକଙ୍କ ନିକଟରେ ନିଜର ଲୋକପ୍ରିୟତା ପୁଣି ଜାହିର୍ କରିବାକୁ ସକ୍ଷମ ହୋଇପାରିବ । ଗ୍ଲାଞ୍ଜାର ୍ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିପାରିବ ।” ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ସହକାରୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍. ରାଜା କହିଲେ, “ଗ୍ଲାଞ୍ଜାର ଦ୍ୱାରା ଆମେ ପ୍ରିମିୟମ୍ ଯାନ କ୍ଷେତ୍ରରେ ବେଶ୍ ଭଲ କାରବାର କରିବାର ଲକ୍ଷ୍ୟ ରଖିଛୁ । ଦେଶବ୍ୟାପି ଏହାର ଗୁଣବତା, ସ୍ଥାୟୀତ୍ୱ ଓ ବିଶ୍ୱାସନୀୟତା ଗ୍ରାହକଙ୍କୁ ୍ ଆକୃଷ୍ଟ ଚରିବାକୁ ସକ୍ଷମ ହେବ । ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ବଜାରରେ ଗ୍ଲାଞ୍ଜାର ବେଶ୍ ସଫଳ ରହିବ ବୋଲି ଆମର ଆଶା ଓ ବିଶ୍ୱାସ ।”