ଟୟୋଟା କିଲୋସ୍କର ମୋଟର ପକ୍ଷରୁ ନିୟୁ ୟାରିସ୍ର ବଜାର ପ୍ରବେଶ
ଭୁବନେଶ୍ୱର, ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଟୟୋଟା ନିୟୁ ୟାରିସ୍ର ବଜାର ପ୍ରବେଶ କରାଯାଇଛି । ଏହା ଏମ୍ଟି ଏବଂ ସିଭିଟି ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଛି । ଏହାର ଗ୍ରେଡ୍-ଜେ ଏମ୍ଟି ମୂଲ୍ୟ ୮,୭୬୫,୦୦୦ଟଙ୍କା ଥିବାବେଳେ ସିଭିଟି ମୂଲ୍ୟ ୯,୩୫,୦୦୦ଟଙ୍କା ରହିଛି । ସେହିପରି ଏହାର ଭି- ଗ୍ରେଡ୍ ମଧ୍ୟରେ ଏମ୍ଟିର ମୂଲ୍ୟ ୧୧, ୯୭,୦୦୦ଟଙ୍କା ଥିବାବେଳେ ସିଭିଟିର ମୂଲ୍ୟ ୧୩,୧୭,୦୦୦ଟଙ୍କା ରହିଛି । ଏହା ୱାଇଲ୍ଡ ଫାୟାର ରେଡ୍, ଫ୍ୟାଂଟମ୍ ବ୍ରାଉନ୍, ପର୍ଲ ହ୍ୱାଇଟ୍, ସୁପର ହ୍ୱାଇଟ୍, ସିଲଭର୍ ଏବଂ ଗ୍ରେ ଆଦି ୬ଟି ରଙ୍ଗରେ ଉପଲବ୍ଧ ହେଉଛି । ଏହାର ବୁକିଂ ସମସ୍ତ ଟୟୋଟା ସ୍ୱୀକୃତିପ୍ରାପ୍ତ ବିତରକଙ୍କ ପାଖରେ ହୋଇ ପାରୁଛି । ଟୟୋଟା ନିଜର କ୍ୱାଲିଟି, ଡ୍ୟୁରାବିଲିଟି ଏବଂ ରିୟଲବିଲିଟି ଆଦି ଗୁଣକୁ ବଜାୟ ରଖି ନ୍ୟୁ ୟାରିସ୍ ନିର୍ମାଣ କରିଛି । ଏଥିରେ ସମସ୍ତ ସୁରକ୍ଷା ବ୍ୟବସ୍ତାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଉଭୟ ମହିଳା ଏବଂ ପୁରୁଷ ଗ୍ରାହକଙ୍କୁ ଲକ୍ଷ୍ୟ କରି ନିର୍ମାଣ କରାଯାଇଛି । ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ସହକାରୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍. ରାଜା କହିଲେ, “ଆମେ ଭାରତରରେ ଗ୍ରାହକଙ୍କ ଆବଶ୍ୟକତା ବୁଝି ଉତ୍ପାଦ ପ୍ରସ୍ତୁତ କରିଥାଉ । ଏହି ନୂତନ ଉତ୍ପାଦ ମା୍ମମରେ ଟୟୋଟା ଗ୍ରାହକଙ୍କ ନିକଟରେ ନିଜର ଲୋକପ୍ରିୟତା ପୁଣି ଜାହିର୍ କରିବାକୁ ସକ୍ଷମ ହୋଇପାରିବ । ୟାରିସ୍ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିପାରିବ । ୟାରିସ୍ ୧୦ ଲକ୍ଷ ସେଗମେଂଟ୍ରେ ମଧ୍ୟ ୭ ସ୍ପିଡ୍ ଗିୟର ଉପଲବ୍ଧ କରାଇବାକୁ ସକ୍ଷମ ।”