ଟୟୋଟା କିଲୋସ୍କର ମୋଟର ପକ୍ଷରୁ ନୂଆ ଫର୍ଚୁନର ବଜାର ପ୍ରବେଶ
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ସବୁବେଳେ ଅନନ୍ୟ ଉତ୍ପାଦର ବଜାର ପ୍ରବେଶ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଆଧାରରେ ଚଳିତବର୍ଷର ବହୁ ପ୍ରତିକ୍ଷୀତ ନୂଆ ଫର୍ଚୁନର ଡିଆର୍ଡିର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଅନନ୍ୟ ଯାନରେ ଗ୍ରାହକ ଆରାମ ଦାୟକ ଡ୍ରାଇଭିଂ ଅଭିଜ୍ଞତା ହାସଲ କରିବାକୁ ସକ୍ଷମ ହେବେ । ପାର୍ବଣଋତୁରେ ଏହାର ବଜାର ପ୍ରବେଶ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରିପାରିବ । ଇତିମଧ୍ୟରେ ୨୦୦୯ରେ ବଜାରକୁ ଆସିଥିବା ଫୁଚ୍ୟୁନର ୧୦ ବର୍ଷ ପୂରଣ କରିଛି । ଏହାର ବିକ୍ରି ବର୍ତମାନ ସୁଦ୍ଧା ୧୬୦,୦୦୦ ଟପିଛି । ଏହି ସେଗମେଂଟ୍ରେ ଏହାର ଅଂଶଧନ ୬୦% ରହିଛି । ଏହା ୪ଏକ୍ସ-୨-ଏଟି ଡିଜେଲ ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଥିବାବେଳେ ଏହାର ମୂଲ୍ୟ ୩୩,୮୫,୦୦୦ଟଙ୍କା ରହିଛି ।ଏହି ଅବସରରେ ଟୟୋଟା କିଲୋସ୍କର ମୋଟର ପ୍ରା.ଲିଃ.ର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଏନ୍.ରାଜା କହିଲେ, “ ଫର୍ଚୁନର୍ ଏସ୍ୟୁଭି ସେଗମେଂଟ୍ ବଜାରରେ ବିଶେଷ ସଫଳତା ହାସଲ କରିଥିବାବେଳେ ୨୦୦୯ ଠାରୁ ଏହା ବଜାରରେ ପ୍ରବେଶ ପରେ ବିଶେଷ ଗ୍ରାହକ ଆଦୃତି ସହିତ ଗ୍ରାହକ ବିଶ୍ୱାସନୀୟତା ହାସଲ କରିପାରିଛି । ସମ୍ପ୍ରତି ଏହାର ନୂତନ ବଳିଷ୍ଠ ଆକର୍ଷଣୀୟ ଭ୍ୟାରିଆଂଟ୍ ବଜାରରେ ଉପଲବ୍ଧ ହେଉଥିବାବେଳେ ଏହା ବିଗତ ଦିନ ଭଳି ଗ୍ରାହକଙ୍କର ବିଶ୍ୱାସ ଜିଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହାର ଦକ୍ଷତା ବେଶ୍ ସ୍ୱାଗତ ଯୋଗ୍ୟ । ଏଥିରେ ବିଭିନ୍ନ ଅତ୍ୟାଧୁନିକ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ଗ୍ରାହକଙ୍କର ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ । ଏହି ନୂତନ ଯାନ ଦେଶବ୍ୟାପି ସମସ୍ତ ଟୟୋଟା ଡିଲରସିପ୍ରେ ପ୍ରଦର୍ଶନ ତଥା ଟେଷ୍ଟ ଡ୍ରାଇଭ୍ ପାଇଁ ଉପଲବ୍ଧ ହେଉଥିବାବେଳେ ଏହାର ବୁକିଂ ତଥା ଡେଲିଭର ମଧ୍ୟ ଆରମ୍ଭ ହୋଇଛି ।” ଏହି ଉତ୍ପାଦ ଭାରତୀୟ ବଜାରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏଥିରେ ୨.୮ ଲିଟର ୨୭୫୫ ସିସି ୪ ସିଲିଣ୍ଡର ଡିଜେଲ୍ ଇଞ୍ଜିନ୍ରେ ୬-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସିକ୍ୱିଂଟିଆଲ୍ ପ୍ୟାଡେଲ ସିଫ୍ଟର ଥିବାବେଳେ ଏହାର ଦକ୍ଷତା ୧୭୭ପିଏସ୍ ଏବଂ ୪୫୦ ଏନଏମ୍ ଟର୍କ ରହିଛି ।