ଟୟୋଟା କିଲୋସ୍କର ମୋଟର ପକ୍ଷରୁ ପାର୍ବଣ ଋତୁରେ ଟୟୋଟା ସର୍ଭିସ୍ କାର୍ନିଭାଲର ଶୁଭାରମ୍ଭ
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଚଳିତ ପାର୍ବଣ ଋତୁରେ ,ହାର କଷ୍ଟମର ଫାଷ୍ଠ ଯୋଜନାକୁ ରୁଦ୍ଧିମନ୍ତ କରାଇବା ପାଇଁ ଟୟୋଟା ସର୍ଭିସ୍ କାର୍ନିଭାଲ୍ର ଶୁଭାରମ୍ଭ କରାଯାଇଛି । ଭାରତରେ ଏହା ୨୦ ବର୍ଷ ପୂର୍ତି ପାଳନ ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୩ ମାସିଆ ସର୍ଭିସ୍ କାର୍ନିଭାଲ୍ ୨୦୧୯ ଅକ୍ଟୋବର ୧ ତାରିଖଠାରୁ ୨୦୧୯ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ସର୍ଭିସ୍ କାର୍ନିଭାଲ୍ରେ ଗ୍ରାହକଙ୍କୁ ରକ୍ଷାଣବେକ୍ଷଣ, ମରାମତି ଏବଂ ମୂଲ୍ୟଯୁକ୍ତ ସେବାରେ ୨୦ ପ୍ରତି ପର୍ଯ୍ୟନ୍ତ ରିହାତି ମିଳିବ । ଟୟୋଟା କିଲୋସ୍କର ମୋଟରର୍ସ ସବୁବେଳେ ଗୁଣବର୍ତା, ଡ୍ୟୁରାବିଲିଟି ଏବଂ ବିଶ୍ୱାସନୀୟତାକୁ ଗୁରୁତ୍ୱ ଦେଇଥାଏ । ପ୍ରତିଟି ସେବାରେ କମ୍ପାନୀ ଗ୍ରାହକଙ୍କ ସହିତ ସ୍ୱଚ୍ଛତା ବଜାୟ ରଖିଥାଏ । ସର୍ଭିସ୍ କାର୍ନିଭାଲ୍ ସମୟରେ ଇନୋଭା, କ୍ରାଏଷ୍ଟା ଏବଂ ଫଚ୍ୟୁନର୍ ଗ୍ରାହକଙ୍କୁ ଭି କାର୍ ସେବା ତଥା ୧୪ ପଏଂଟ୍ ସୁରକ୍ଷା ଚେକ୍ ପାଇଁ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏହା ସହିତ ଟାୟାର, ବ୍ୟାଟେରୀ ପରିବର୍ତନ ଆଦି ମୂଲ୍ୟଯୁକ୍ତ ସେବାରେ ମଧ୍ୟ ଏହି ରିହାତି ଲାଗୁ ହେବ । ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର୍ସ ପ୍ରା.ଲିଃ.ର ଡେପୁଟି ପରିଚାଳନା ନିର୍ଦ୍ଦେଶକ ଏନ୍. ରାଜା କହିଲେ, “ ଭାରତରେ କମ୍ପାନୀ ୨୦ ବର୍ଷ ପୂରଣ କରିଥିବାରୁ ମୁଁ ଗ୍ରାହକଙ୍କୁ ଅଭିନନ୍ଦନ ଜରାଉଛି । ଆମେ ଶ୍ରେଷ୍ଠ ସେବା ଉପଲବ୍ଧ କରାଇବା ଲାଗି ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଛୁ । ଉତ୍ପାଦ, ବିକ୍ରି ଏବଂ ସେବା ୍ରପତିଟି କ୍ଷେତ୍ରରେ ଆମେ ଅନନ୍ୟ ନୀବନତମ ଏବଂ ସ୍ୱତନ୍ତ୍ର ଅଫର ଗ୍ରାହକଙ୍କୁ ଯୋଗାଇବାର ଲକ୍ଷ୍ୟ ରଖିଥାଉ । ଟୟୋଟା ଗ୍ରାହକ ଏଥି ପାଇଁ ନିକଟସ୍ଥ ବିତରକଙ୍କ ସହିତ ଯୋଗଯୋଗ କରିପାରନ୍ତି କିମ୍ବା ୧୮୦୦୪୨୦୦୦୧ ନମ୍ବରକୁ କଲ୍ କରିପାରନ୍ତି ।