ଟୟୋଟା ମୋଟର କର୍ମଚାରୀଙ୍କ ଓଡ଼ିଶାର ଫନି ବାତ୍ୟାପ୍ରଭାବିତ ପରିବାରଙ୍କୁ ସହାୟତା
ଯୁଗାବ୍ଦ ନ୍ୟୁଜ
ଟୟୋଟା କିଲୋସ୍କର ମୋଟର କର୍ମଚାରୀ ଓଡ଼ିଶାର ଫନି ବାତ୍ୟା ପ୍ରଭାବିତ ପରିବାରଙ୍କୁ ଆବଶ୍ୟକ
ସହାୟତା ଉପଲବ୍ଧ କରାଇଛନ୍ତି । ବାତ୍ୟା ପ୍ରଭାବିତ ୮୦୦ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ, ୧୫୦ ସୋଲାର
ଲ୍ୟାମ୍ପ୍ ପ୍ରଦାନ କରାଯାଇଛି । ଏହା ଦ୍ୱାରା ୩୨ ୦୦୦ ଲୋକ ଉପକୃତ ହୋଇପାରିଛନ୍ତି । ଅଗାମୀ ୬
ମାସ ମଧ୍ୟରେ ୧୫୦ ପରିବାରଙ୍କୁ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ।
ଟୟୋଟା କିଲୋସ୍କର ମୋଟରର ୨୦୦ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ବାତ୍ୟା
ପୀଡ଼ିତଙ୍କୁ ଏମର୍ଜେନ୍ସି ରିଲିଫ୍ କିଟ୍ ପ୍ରଦାନ କରାଯାଇଥିଲା । ଟୟୋଟା କିଲୋସ୍କର ମୋଟରର କର୍ମଚାରୀଙ୍କ ପକ୍ଷରୁ ସ୍ଥାପିତ ଆଇକେୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଏହା ସମ୍ପନ୍ନ ହୋଇଥିଲା ।
ସପ୍ତମ ଥର ପାଇଁ ଟୟୋଟା କିଲୋସ୍କର ମୋଟର କର୍ମଚାରୀଙ୍କ ପକ୍ଷରୁ ଏଭଳି କାର୍ଯ୍ୟ ସମ୍ପନ୍ନ ହୋଇଛି ।
୨୦୧୭ରେ ଆଇକେୟାର ସ୍ଥାପିତ ହୋଇଥିଲା । ଏହାଦ୍ୱାରା ସେତେବେଳେ ଏକ ଭ୍ରାମ୍ୟମାଣ ମେଡିକାଲ
ୟୁନିଟ୍ କାର୍ଯ୍ୟକରୁଥିଲା । ଏହି ଅନନ୍ୟ ଅଭିଯାନ ସମ୍ପର୍କରେ ଟୟୋଟା କିଲୋସ୍କର ମୋଟରର ଡେପୁଟି ମାର୍କେଟିଙ୍ଗ୍ ନିର୍ଦ୍ଦେଶକ
ଏନ୍.ରାଜା କହିଲେ, “ ଓଡ଼ିଶାର ଜନସାଧାରଣଙ୍କ ଦୁଃଖ ସମୟରେ ଆମେ ପାଖରେ ଛିଡା ହୋଇଛୁ ।
କମ୍ପାନୀର କର୍ମଚାରୀ ଦଳ ଆଇକେୟାର ସଂସ୍ଥା ସହାୟତାରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା
ଯୋଗାଇ ଦେଇଛନ୍ତି । ବିଗତ ଦିନରେ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା ଅନେକ ସିଏସ୍ଆର୍ କାର୍ଯ୍ୟକ୍ରମ
ସମ୍ପନ୍ନ ହୋଇଛି । ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମମାନ ସମ୍ପନ୍ନ କରାଯିବ । ଏକ ଦାୟିତ୍ୱବୋଧ
କମ୍ପାନୀ ଭାବେ ଟୟୋଟା କିଲୋସ୍କର ମୋଟର ପକ୍ଷରୁ ସାମାଜିକ ଦାୟିତ୍ୱବୋଧ କମ୍ପାନୀ ଭାବେ
ସିଏସ୍ଆର୍ କାର୍ଯ୍ୟକ୍ରମମାନ ସମ୍ପନ୍ନ ହେଉଛି । ”ସୂଚନା ଯୋଗ୍ୟ ଯେ, ଅକ୍ଟୋବର ୧୯୯୭ରେ ବିଦାଡିରେ କମ୍ପାନିର ପ୍ରଥମ ପ୍ଲାଂଟ୍ ସ୍ଥାପିତ ହୋଇଥିବାବେଳେ ଡିସେମ୍ବର ୧୯୯୯ରେ ଏଠାରୁ ଇନୋଭା ଏବଂ ଫର୍ଚ୍ୟୁନର୍ ଉତ୍ପାଦନ ଆରମ୍ଭ
ହୋଇଥିଲା । ଏହି ପ୍ଲାଂଟ୍ର ଉତ୍ପାଦନ ଦକ୍ଷତା ୧,୦୦,୦୦୦ ୟୁନିଟ୍ ରହିଛି । ସେହିପରି ବିଦାଡିରେ
ଏହାର ଦ୍ୱିତୀୟ ପ୍ଳାଂଟ୍ ଡିସେମ୍ବର ୨୦୧୦ରେ ସ୍ଥାପିତ ହୋଇଥିବାବେଳେ ଏଠାରେ କୋରୋଲା ଅଲଟିସ୍,
ଇଟିଅସ୍ ଲିଭା, ଇଟିଅସ୍ କ୍ରସ୍, କ୍ୟାମେରି ଏବଂ କ୍ୟାମେରି ହାଇବ୍ରିଡ୍ ଉତ୍ପାଦିତ ହେଉଛି । ଏହି ପ୍ଲାଂଟ୍ର
ଉତ୍ପାଦନ ଦକ୍ଷତା ୨,୧୦,୦୦୦ ୟୁନିଟ୍ ରହିଛି । ଟୟୋଟା କିଲୋସ୍କର ମୋଟରରେ ଟୟୋଟା
ମୋଟରର ୮୯% ଅଂଶଧନ ଥିବାବେଳେ କିଲୋସ୍କର ଗ୍ରୁପ୍ର ୧୧% ଅଂଶଧନ ରହିଛି । ସମ୍ପ୍ରତି
କମ୍ପାନିରେ ୭,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଏବଂ କମ୍ପାନି ପ୍ରାୟ ୪୩୨ ଏକର ପରିମିତ
ଅଂଚଳରେ ଉତ୍ପାଦନ ଜାରି ରଖିଛି । କମ୍ପାନିର ଉତ୍ପାଦନ ଦକ୍ଷତା ୩,୧୦,୦୦୦ୟୁନିଟ୍ ରହିଛି ।


