ଠକେଇ ମାମଲାରେ ଜେଲ ଗଲେ ଦମ୍ପତ୍ତି
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଜଣେ ବ୍ୟକ୍ତିଙ୍କ ଠାରୁ ଚଞ୍ଚକତା କରି ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ରେ ନିମାପଡା ପୋଲିସ ଏକ ଦମ୍ପତ୍ତି ଙ୍କୁ ଗିରଫ କର କୋର୍ଟ ଚାଲାଣ କରିଛି । କୋର୍ଟ ଦମ୍ପତ୍ତି ଙ୍କ ଜାମିନ କୁ ନାମଂଜୁର କରି ଉଭୟ ଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇଦେଇଛନ୍ତି।ଏହି ଦମ୍ପତ୍ତି ଙ୍କ ବିରୋଧରେ ଟଙ୍କା ଠକେଇ ଅଭିଯୋଗ ରେ ନିମାପଡା ଥାନା ରେ କେସ ନମ୍ବର ୮୮/୨୫ ରେ ମାମଲା ରୁଜୁ ହୋଇଛି।ସେମାନେ ହେଲେ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅଧୀନ ଗୋଡିପଡା ଗ୍ରାମର ଦିନେଶ କୁମାର ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ରାଣୀ ନାୟକ। ପୋଲିସ ସୂତ୍ର ରୁ ଜଣାପଡ଼ିଛି ଯେ,ଗୋପ ଥାନା ଅଧୀନ ଲୁଣାହାର ଗ୍ରାମ ର ଭାସ୍କର ପ୍ରଧାନ ଙ୍କ ସହ ଅଭିଯୁକ୍ତ ଦିନେଶ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲେ।ଭାସ୍କର ଙ୍କ ପୁଅ ଙ୍କ ଚାକିରୀ କରାଇଦେବାକୁ କହି ତାଙ୍କ ଠାରୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ୪୭ ହଜାର ଟଙ୍କା ଠକି ନେଇଥିବା ନେଇ ଶ୍ରୀ ପ୍ରଧାନ ଗତ ୨୫ ତାରିଖ ରେ ନିମାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିଥିଲା।ନିମାପଡା ଥାନା ଏସ ଆଇ ଦିଲ୍ଲୀପ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ କେନ୍ଦ୍ରାପଡା ଅଂଚଳରେ ଚଢ଼ାଉ କରି ଉକ୍ତ ଦମ୍ପତ୍ତି ଙ୍କୁ ଗିରଫ କରିଥିଲେ।ତେବେ ଏହି ଦମ୍ପତ୍ତି ଏକାଧିକ ବ୍ୟକ୍ତି ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ନିମାପଡା ଅଞ୍ଚଳରେ ଚର୍ଚ୍ଚା ହେଉଛି।