ଠାକୁରାଣୀ ମନ୍ଦିର ପ୍ରାସାଦ ଓ ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଶୋଭା ଯାତ୍ରା

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ମୟୂରପଦା ଗ୍ରାମରେ ଗ୍ରାମ୍ୟଦେବୀ ଠାକୁରାଣୀଙ୍କ ନୂତନ ପ୍ରାସାଦ ଓ ମହାବୀର ହନୁମାନଙ୍କ ପ୍ରତିଷ୍ଠା ମହୋତ୍ସବ ପାଇଁ ଏକ କଳସ ଶୋଭଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ବଟେଶ୍ୱର ସମୁଦ୍ର ରୁ ପ୍ରତିଷ୍ଠା ପାଇଁ ଶହ ଶହ ମହିଳା କଳସ ଜଳ ଶୋଭାଯାତ୍ରା ବାହାରି ଗ୍ରାମକୁ ଆସିଥିଲେ।ଏହି ମହୋତ୍ସବ ପାଞ୍ଚଦିନ ବ୍ୟାପି ଚାଲିବାକୁ ଥିବା ବେଳେ ,ଆସନ୍ତାକାଲି ଠାରୁ ନାମ ଯଜ୍ଞ ଆରମ୍ବ ହେବ। ଏହା ଦେଖିବା ପାଇଁ ଓ ପ୍ରସାଦ ସେବନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି। ଯାହାଫଳରେ ଅଞ୍ଚଳଟି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହାକୁ ମୟୁର ପଡା ଗ୍ରାମବାସୀ ପରିଚାଳନା କରୁଥିବା ବେଳେ ,ଅନ୍ୟ ଗ୍ରାମ ବାସୀମାନେ ସହଯୋଗ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ