ଠାକୁର ଘର ଜମି ବିବାଦକୁ ନେଇ ଜଣକୁ ହତ୍ୟା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଗୟାସପୁର ଗ୍ରାମରେ ଏକ ଠାକୁର ଜମିକୁ ନେଇ ଗଣ୍ଡଗୋଳ ହେବା ଫଳରେ ଜଣକୁ ପିଟିପିଟି ମାରି ଦିଆଯାଇଥିବା ବେଳେ ଆଉ ଜଣେ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗୟାସପୁର ଗ୍ରାମର ଦିଲିପ କୁମାର ପଣ୍ଡାଙ୍କ ସହିତ ତାଙ୍କର ପଡୋଶି ସୁରେନ୍ଦ୍ର ପଣ୍ଡା ଓ ଗୈାରାଙ୍ଗ ପଣ୍ଡାଙ୍କ ସହିତ ଦୀର୍ଘଦିନ ହେଲା ଠାକୁର ଜମିକୁ ନେଇ ବିବାଦ ଲାଗି ରହିିଥିଲା । ଶନିବାର ମ୍ମାହ୍ନ ପ୍ରାୟ ୧୨ଟା ସମୟରେ ଉଭୟଙ୍କ ମ୍ମରେ ଏହି ଜମିକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ଗଣ୍ଡଗୋଳ ତୀବ୍ର ରୂପ ନେଇ ଦିଲିପ କୁମାର ପଣ୍ଡା ଓ ମଙ୍ଗୁଳି ଚରଣ ପଣ୍ଡାଙ୍କୁ ଅପରପକ୍ଷ ମରଣାତ୍ମକ ଆକ୍ରମଣ କରିଥିଲେ । ଦିଲିପ କୁମାର ପଣ୍ଡାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମଙ୍ଗୁଳି ପଣ୍ଡାଙ୍କୁ ପ୍ରଥମେ ମହାକାଳପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରେଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ମହାକାଳପଡା ଥାନା କେଶ ନମ୍ବର-୧୦୯/୨୨ ରେ ଏକ ମାମଲା ରୁଜୁ କରା ଯାଇ ୪ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଉଥିବା ଥାନା ଅଧିକାରୀ ମନୋରଞ୍ଜନ ଚୈାଧୁରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ