ଠିକା କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦାବିରେ କର୍ମୀଚାରୀ ଛୁଟି ପାଇଁ ଦରଖାସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସମସ୍ତ ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମାନେ ଠିକା ନିଯୁକ୍ତି ଉଚ୍ଛେଦ ଓ ଠିକାରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ସରକାରୀ ଚାକିରୀର ମାନ୍ୟତା କରିବା ଦାବୀ ରଖି ସମସ୍ତ କର୍ମଚାରୀ ଛୁଟି ପାଇଁ ଦରଖାସ୍ତ ଦେଇଛନ୍ତି । କାଶୀନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠିକା କର୍ମଚାରୀ ଭାବେ କାଶୀନଗର ବ୍ଲକରେ ଡାକ୍ତର ସମେତ ୨୬ ଜଣ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ଚାକିରି ନିୟମିତ କରିବା ନେଇ ସରକାରଙ୍କୁ ନିବେଦନ କରିଥିଲେ । ଗଜପତି ଜିଲ୍ଲାପାଳ ଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ କରିଥିଲେ, ଗତ ୧୨ ତାରିଖରୁ ହଳଦିଆ ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କୁ ଅସହଯୋଗ କରିଥିଲେ ଏହି ଠିକା କର୍ମଚାରୀ ମାନେ ।ହେଲେ ସେମାନଙ୍କ ପ୍ରତି ସରକାର କୌଣସି ପଦକ୍ଷେପ ନେଇନଥିବା ଯୋଗୁଁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଇତି ନୋଏଲଙ୍କୁ ସମସ୍ତ ଠିକା କର୍ମଚାରୀ ମାନେ ମିଳିତ ଭାବେ ଏକ ପତ୍ରରେ ଛୁଟି ଦରଖାସ୍ତ ଦେଇଛନ୍ତି । ସମସ୍ତ ଠିକା କର୍ମଚାରୀ ମାନେ ଆଗାମୀ ୨୧ ତାରିଖ ଦିନ ଭୁବନେଶ୍ଵରର ଠାରେ ଲୋୟର ପି.ଏମ.ଜି ରେ ରାଜ୍ୟ ମହାସଂଘର ଡାକରାରେ ଏକ ବିଶାଳ ରାଲି କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଡାକ୍ତର ସଚିକାନ୍ତ ମହାପାତ୍ର ଓ ଡଃ ଜୀ ବେଦ ପ୍ରକାଶ କହିଛନ୍ତି । ଏ ନେଇ କାଶୀନଗର ଅଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ ର ସମ୍ମୁଖୀନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ