ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତଶିକ୍ଷକଭବନଠାରେ ଆୟୋଜିତ ଏକ ବୈଠକରେ ଆଜି ଓଡ଼ିଶାରବିଭିନ୍ନ ଅଂଚଳରୁ ଆସିଥିବା ଶିକ୍ଷକଶିକ୍ଷୟତ୍ରୀଯୋଗଦେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଠିକାରେ ନିଯୁକ୍ତଶିକ୍ଷକମାନଙ୍କରଠିକା ନିଯୁକ୍ତିଉଚ୍ଛେଦ କରିବା ସହିତ ଠିକାରେ କାର୍ଯ୍ୟକରିଥିବା ୬ ବର୍ଷରସମୟକୁମୂଳ ଚାକିରୀରେଯୋଗକରିବା ପାଇଁସରକାରଙ୍କ ନିକଟରେ ଦାବୀଉପସ୍ଥାପନ କରିଥିଲେ ।ନିଖିଳ ଉତ୍କଳ ପ୍ରାଥମିକଶିକ୍ଷକସଂଘର ଆବାହକତ୍ୱରେ ଅନୁଷ୍ଠିତ ଏହିଗୁରୁତ୍ୱପୂର୍ଣ୍ଣବୈଠକରେଶ୍ରୀଯୁକ୍ତହୃଦାନନ୍ଦ ଦ୍ୱିବେଦୀ ସଭାପତିତ୍ୱକରିଥିଲେ ।ଉକ୍ତ ବୈଠକରେ ରାଜ୍ୟର ବହୁ ଶିକ୍ଷକସଂଘ ଯଥା ନିଖିଳ ଉତ୍କଳ ପ୍ରାଥମିକଶିକ୍ଷକସଂଘ, ପ୍ରାଥମିକବିଏଡ଼ଶିକ୍ଷକସଂଘ, ଆଟ୍ରିବୁଜ ସଂଘ, କନିଷ୍ଠଶିକ୍ଷକସଂଘଏବଂଏନ୍ପିଏସ୍ସଂଘରବହୁନେତୃୃବୃନ୍ଦ ଯୋଗ ଦେଇଥିଲେ ।ସରକାର ୨୦୦୧ ମସିହାଠାରୁଶିକ୍ଷାସହାୟକ ନିଯୁକ୍ତି ଦେଇଥିଲେ । ସ୍ୱଳ୍ପ ଦରମାରେ ୬ ବର୍ଷଗୋତିଶ୍ରମିକଭାବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକବିଦ୍ୟାଳୟରେଖଟାଇ ୬ ବର୍ଷ ପରେ ନିୟମିତକରିଥିଲେ । ନିକଟରେଓଡ଼ିଶାରମାନ୍ୟବରମୁଖ୍ୟମନ୍ତ୍ରୀଶ୍ରୀଯୁକ୍ତ ନବୀନ ପଟ୍ଟନାୟକସମସ୍ତବର୍ଗରଠିକା ନିଯୁକ୍ତିକୁଉଚ୍ଛେଦ କରିଥିଲାବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକଶିକ୍ଷକବିଶେଷକରିଏନ୍ପିଏସ୍ବର୍ଗର ପ୍ରାୟ ୧ଲକ୍ଷରୁ ଉର୍ଦ୍ଧ୍ୱଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ କରାଯାଇଥବାରୁସମସ୍ତ ପ୍ରାଥମିକଶିକ୍ଷକ ଅସନ୍ତୋଷ ଜାହିରକରିଥିଲେ ।ସରକାରତୁରନ୍ତ ୬ ବର୍ଷରଠିକା ନିଯୁକ୍ତିସମୟକୁମୂଳ ଚାକିରୀରେଗଣନାକରିବାସହିତ ୬ଟି ଇନ୍କ୍ରିମେଂଟ ପ୍ରଦାନ କରିବା ପାଇଁ ନିଖିଳ ଉତ୍କଳ ପ୍ରାଥମିକଶିକ୍ଷକସଂଘରମହାସଚିବଶ୍ରୀ ଅମିୟ କୁମାର ଦାସସରକାରଙ୍କ ନିକଟରେ ଦୃଢ ଦାବିଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ପ୍ରାଥମିକଶିକ୍ଷକସଂଘରରାଜ୍ୟସଂଯୋଜିକାଶ୍ରୀମତୀ ଚାରୁଲତାମହାପାତ୍ର, ପ୍ରାଥମିକବିଏଡଶିକ୍ଷକସଂଘରସଭାପତି ଅଜୟ ଧଳ, ଆଟ୍ରିବୁଜ ସଂଘରସନ୍ତୋଷ ପ୍ରଧାନ, କନିଷ୍ଠଶିକ୍ଷକସଂଘର ଆଦିତ୍ୟ ସ୍ୱାଇଁ, ଏନ୍ପିଏସ୍ସଂଘରସୁନିଲ ପ୍ରଧାନ, ଆରତ ଭଞ୍ଜନ ସାହୁ, ରୂପେଶସାହୁ, ମକରକେତନ ସାହୁ, ଯୁଧିଷ୍ଠିରସାହୁ, ଦେବେନ୍ଦ୍ର ନାୟକ, ଉମେଶ ନାୟକ, କ୍ଷୀରୋଦ ସ୍ୱାଇଁ, ଲଲାଟେନ୍ଦୁମହଲ, ରଞ୍ଜନ ମହାନ୍ତି, ରାଖାଲମହନ୍ତ, ଅକ୍ଷୟ ପୃଷ୍ଟି, ମଳୟଜେନା, ବିବେକାନନ୍ଦ ବେହେରା, ତ୍ୟୋତି ରଞ୍ଜନ ଦାସ, ଦୁର୍ଯ୍ୟୋଧନ ଦାସ, ଜିତ ରଞ୍ଜନ ମହାପାତ୍ର, ଜ୍ୟୋତ୍ସ୍ନା ନାୟକ, ପୂର୍ଣ୍ଣଚନ୍ଦ୍ରଖଟୁଆ, ନୃସିଂହଚରଣସାହୁ ପ୍ରମୁଖଉକ୍ତ ଦାବିଗୁଡ଼ିକୁସରକାରତୁରନ୍ତ ପୂରଣ ନ କଲେ ଆଗାମୀ ଦିନରେସମସ୍ତବର୍ଗର ପ୍ରାଥମିକଶିକ୍ଷକଏକତ୍ରିିତହୋଇ ଆନ୍ଦୋଳନକୁ ଓହ୍ଲାଇବେବୋଲିସରକାରଙ୍କୁଚେତାଇ ଦେଇଛନ୍ତି ।