ଡକାୟତି ଯୋଜନା କରି ୫ ଯୁବକ ଗିରଫ

ବାଲେଶ୍ୱର,(ସରୋଜ ପଣ୍ଡା): ଡକାୟତି ଯୋଜନା କରୁଥିବା ବେଳେ ୪ଜଣ ଯୁବକଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ । ଗିରଫ ଯୁବକମାନେ ହେଲେ ଆଖଡା ଶାଳ ଅଞ୍ଚଳର ତାପସ କୁମାର ବାରିକ (୨୬) ଓ ରୂପକ କୁମାର ବାରିକ (୨୫), ମାନସିଂବଜାର ଅଞ୍ଚଳର ତପନ ଦାସ (୨୦) ଓ ରଞ୍ଜନ ବେହେରା (୨୫) ଏବଂ ମଛୁଆସାହି ଅଞ୍ଚଳର ଶଶିକାନ୍ତ ଦାସ(୨୮) । ଥାନାଧିକାରୀ ସଲଖାନ ମୁର୍ମୁଙ୍କ ନିର୍ଦ୍ଦେଶରେ ରାତ୍ରି ପ୍ରହରାରେ ଯାଇଥିବା ପୁଲିସ ଏହି ଡକାୟତି ଦଳକୁ ଠାବ କରିଥିଲା । ରାତି ପ୍ରାୟ ଦେଢ଼ଟା ବେଳେ ନକୁଳମିଲ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ରୁଣ୍ଡ ହୋଇଥିବା ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ପୁଲିସ ଗାଡ଼ି ପହଞ୍ଚିବା କ୍ଷଣି ଯୁବକମାନେ ଖସି ପଳାଇ ଯିବାକୁ ପ୍ରୟାସ କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା । ସେମାନଙ୍କଠାରୁ ଦୁଇଟି ତେଲେଙ୍ଗା କଟୁରୀ, ଓଡି୦୧ଏଏଚ ୬୪୭୨ନଂର ଏକ ବାଇକ ଓ ଅନ ସାମଗ୍ରୀ ଜବତ କରାଯାଇଥିଲା । ଏନେଇ ଟାଉନ ଥାନାରେ ୨୦୪/୨୧ ମୂଳେ ମାମଲା ରୁଜୁ ହୋଇ ଗିରଫ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ